ଲାୟନ୍ସ କ୍ଲବ୍ ସମ୍ବଲପୁର ସେଣ୍ଟ୍ରାଲ୍ ପକ୍ଷରୁ ସ୍କୁଲ୍ ବ୍ୟାଗ୍ ଓ ମିଠା ବଣ୍ଟନ
ସମ୍ବଲପୁର, ୧ ସେପ୍ଟେମ୍ବର
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନିପ୍ର)
ଲାୟନ୍ସ କ୍ଲବ୍ ସମ୍ବଲପୁର ସେଣ୍ଟ୍ରାଲ୍ ପକ୍ଷରୁ ମଙ୍ଗଳବାର ରାଷ୍ଟ୍ରୀୟ ଗୋପାଳ ବିଦ୍ୟା ମନ୍ଦିର (RGVM), ସମ୍ବଲପୁର ପରିସରରେ ଏକ ସ୍କୁଲ୍ ବ୍ୟାଗ୍ ଓ ମିଠା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ବ୍ୟାଗ୍ ଓ ମିଠା ବଣ୍ଟନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମନରେ ଶିକ୍ଷା ପ୍ରତି ଆଗ୍ରହ ବଢ଼ାଇବା ସହ ସେମାନଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରେରିତ କରିବା ଏହି ଉଦ୍ୟମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କ୍ଲବ୍ର ସଭାପତି ଲାୟନ୍ ନିହାଲ ଚାନ୍ଦ ସୋନି ଓ ସଚିବ ଲାୟନ୍ ରାମଚନ୍ଦ୍ର ସର୍ଦାଙ୍କ ନେତୃତ୍ୱରେ ଆୟୋଜିତ ଏହି ସେବା କାର୍ଯ୍ୟକ୍ରମରେ ଲାୟନ୍ ଗୋପାଳ ସାମନ୍ତରାୟ, ଲାୟନ୍ ରାକେଶ ତିବ୍ରିୱାଲ୍ ଓ ଲାୟନ୍ ଓମ୍ ପ୍ରକାଶ ଅଗ୍ରୱାଲ୍ ଉପସ୍ଥିତ ରହି ସହଯୋଗ କରିଥିଲେ।
ସମାଜସେବା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସହାୟତା ଓ ପ୍ରୋତ୍ସାହନ ଯୋଗାଇବାର ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିଲେ।
“ଆମେ ସେବା କରୁଛୁ — We Serve” ମନ୍ତ୍ରକୁ ଆଧାର କରି ଲାୟନ୍ସ କ୍ଲବ୍ ସମ୍ବଲପୁର ସେଣ୍ଟ୍ରାଲ୍ ଆଗାମୀ ଦିନରେ ମଧ୍ୟ ଏଭଳି ଜନସେବାମୂଳକ କାର୍ଯ୍ୟ ଜାରି ରଖିବ ବୋଲି କୁହାଯାଇଛି।
