*ନୂଆପଡ଼ା ଜିଲ୍ଲା ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟ ଆଜି ନୂତନ ସ୍କୁଲ ବିଲ୍ଡିଙ୍ଗକୁ ସ୍ଥାନାନ୍ତରିତ, ଜିଲ୍ଲାପାଳ ଯୋଗ ଦେଇ ନୂତନ ପରିବେଶ ରେ ନୂତନ ଆଶା ଓ ଆକାଂକ୍ଷା ପୂରଣ କରିବେ ଛାତ୍ର ଛାତ୍ରୀ*
ନୂଆପଡା(ମିଖାଏଲ ନନ୍ଦ) ତା:୦୧.୦୯.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟ ନୂତନ ସ୍କୁଲ ବିଲ୍ଡିଙ୍ଗକୁ ସ୍ଥାନାନ୍ତରିତ ହୋଇଅଛି। କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ମଧୁସୂଦନ ଦାସ ଯୋଗ ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଜିଲ୍ଲା ପାଇଁ ମାଇଲ ଖୁଣ୍ଟ ହୋଇଥିବା ବେଳେ ନୂତନ ପରିବେଶ ରେ ନୂତନ ଆଶା ଓ ଆକାଂକ୍ଷା ପୂରଣ କରିବେ ଛାତ୍ର ଛାତ୍ରୀ ବୋଲି ଉଦବୋଧନ ଦେଇଥିଲେ। ଚଳିତ ବର୍ଷ ଜାନୁଆରୀ ଦୁଇ ରେ ନୂଆପଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ତାର ନୂତନ ସ୍କୁଲ କୁ ଯାଇଥିବା ବେଳେ ସେପ୍ଟେମ୍ବର ୧ ତାରିଖ ରେ ଖଡ଼ିଆଳ କେନ୍ଦ୍ରୀୟ ନୂତନ ସ୍କୁଲ କୁ ସ୍ଥାନାନ୍ତରିତ କରିବା ନିଶ୍ଚିତ ରୂପେ ଏକ ଖୁସି ଓ ଗର୍ବର କଥା ବୋଲି କହିଥିଲେ। ନୂତନ ସ୍କୁଲ ବିଲ୍ଡିଙ୍ଗ ରେ ଶିକ୍ଷାଦାନ ବ୍ୟବସ୍ଥା ଉନ୍ନତମାନର ହେବା ସହ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ପ୍ରତି ଅଧିକ ରୁଚି ଜାଗ୍ରତ କରିବାର ସୁଯୋଗ ସୃଷ୍ଟି କରିବ ବୋଲି ଅତିଥିମାନେ ମତପୋଷଣ କରିଛନ୍ତି। ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ସଂଜୀବ କୁମାର ସାହୁ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ଅତିଥି ପରିଚୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟି ନାମିତ ଅଧ୍ୟକ୍ଷ ନରସିଂହ ଗଡବା, ଖଡ଼ିଆଳ ବିଡିଓ ମିଳନ କୁମାର ଝଙ୍କାର, ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ବରିଷ୍ଠ ସାମ୍ବାଦିକ ତପନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସ୍କୁଲ ପରିସର ମଧ୍ୟରେ ଅତିଥି ମାନେ ଚରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍କୁଲ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
