ନିଜସ୍ୱ ରାଜସ୍ୱ ସଂଗ୍ରହରେ ୯୨% ବୃଦ୍ଧି: ଗୁଡାରୀ ଏନଏସିକୁ ମିଳିଲା ରାଜ୍ୟସ୍ତରୀୟ ସମ୍ମାନ ସହ ୨ କୋଟିର ପୁରସ୍କାର
ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ସାଇକଲ ଯାତ୍ରା
ଭବାନୀପାଟଣା, ୩୦/୮
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
– ଜାତୀୟ କ୍ରୀଡା ଦିବସ ଉପଲକ୍ଷେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ତରଫରୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଥାନୀୟ କ୍ରୀଡାବିତ୍, ସାଧାରଣ ଜନତାଙ୍କ ଦ୍ୱାରା ଏକ ସାଇକଲ ଯାତ୍ରା ଆୟୋଜନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ମାଁ ମାଣିକେଶ୍ୱରୀ ମନ୍ଦିର ଦର୍ଶନ ପରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନ୍ଡୋର୍ ଷ୍ଟାଡିୟମ୍ରେ ଶେଷ ହୋଇଥିଲା। ଅତିଥି ଭାବରେ ମାଇ ଭାରତ କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ବଂଶ ଶର୍ମା ରାଲି ଆରମ୍ଭ କରିଥିବା ବେଳେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ, ଏନ୍ଏସ୍ଏସ୍ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ପରିଚାଳନା କରିଥିଲେ। “ଦିନଟିଏ ସାଇକେଲରେ” ଉଦ୍ଧେଶ୍ୟକୁ ନେଇ ଏହି ସଚେତନତା ରାଲି କରାଯାଇଥିଲା। ମହାବିଦ୍ୟାଳୟର ଏନ୍ଏସ୍ଏସ୍ ଓ ଏନ୍ସିସି ଛାତ୍ରଛାତ୍ରୀମାନେ ଏହାକୁ ସଫଳ କରାଇଥିଲେ। ଅଧ୍ୟାପକ ଶୁଭେନ୍ଦୁ କୁମର ପାଢୀ, ସୁଶାନ୍ତ କୁମାର ଦାଶ, ପୁରୀତ ରଣା, ଅନୁକୁଲ ସାହାଣି, ଦୀନବନ୍ଧୁ ନାଗ, ସୁନିଲ କୁମାର ଗହିର, କ୍ରୀଡାବିତ୍ ସନ୍ଧୀପ ମିଶ୍ର, ପ୍ରଦୀପ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ ହେବାରେ ସହଯୋଗ କରିଥିଲେ।
ଗୁଡାରୀ (ରାୟଗଡ଼): ନିଜସ୍ୱ ରାଜସ୍ୱ (Own Source of Revenue–OSR) ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ରାୟଗଡ଼ ଜିଲ୍ଲାର ଗୁଡାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ରାଜ୍ୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ରାଜସ୍ୱ ସଂଗ୍ରହରେ ପ୍ରାୟ ୯୨ ପ୍ରତିଶତ ବୃଦ୍ଧି ଘଟାଇଥିବାରୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁଡାରୀ ଏନଏସିକୁ ରାଜ୍ୟସ୍ତରୀୟ ସ୍ୱୟଂଶାସନ ଦିବସ ସମାରୋହରେ ପ୍ରଶଂସନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଛି।ରାଜ୍ୟସ୍ତରୀୟ ସମ୍ମାନ ସହ ୨ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ପାଣ୍ଠି ସହରାଞ୍ଚଳର ଭିତ୍ତିଭୂମି ଉନ୍ନୟନ ଏବଂ ନାଗରିକ ସେବାକୁ ଆହୁରି ସୁଦୃଢ଼ କରିବାରେ ବ୍ୟବହାର ହେବ।
୯୨% ବୃଦ୍ଧି ପାଇଛି ନିଜସ୍ୱ ରାଜସ୍ୱ
ପୂର୍ବ ସ୍ଥିତି: 2024-25 ଆର୍ଥିକ ବର୍ଷରେ ଗୁଡାରୀ NAC ପକ୍ଷରୁ ମୋଟ ୩୬.୪୫ ଲକ୍ଷ ଟଙ୍କା OSR ସଂଗ୍ରହ ହୋଇଥିଲା।
ବର୍ତ୍ତମାନ ସ୍ଥିତି: 2025-26 ଆର୍ଥିକ ବର୍ଷରେ ଏହି ଆଦାୟ ବୃଦ୍ଧି ପାଇ ୭୦.୨୦ ଲକ୍ଷ ଟଙ୍କାରେ ପହଞ୍ଚିଛି।
ଏହି ଆଖିଦୃଶିଆ ଅଭିବୃଦ୍ଧି ପାଇଁ ବିଭାଗ ପକ୍ଷରୁ ଏହାକୁ ‘Commendable Local Body Performance in Growth of OSR Collection’ ବର୍ଗରେ ପୁରସ୍କୃତ କରାଯାଇଛି। ପ୍ରଶାସନିକ ମାର୍ଗଦର୍ଶନ ଓ ସମନ୍ୱିତ ପ୍ରୟାସର ଫଳ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀଙ୍କ ସଠିକ୍ ମାର୍ଗଦର୍ଶନ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥା (DUDA) ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ପ୍ରୋତ୍ସାହନ ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି। ଏହା ସହିତ ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାଢୀ ଓ ସମସ୍ତ କର୍ମଚାରୀଙ୍କ ନିରନ୍ତର ଉଦ୍ୟମ ଓ କାର୍ଯ୍ୟଦକ୍ଷତା ଏହି ସଫଳତାର ମୁଖ୍ୟ ଆଧାର ସାଜିଛି।
