ସ୍ୱାସ୍ଥ୍ୟ ଓ ସଚେତନତା ବାର୍ତ୍ତା ନେଇ ବରଗଡ଼ରେ ୱାକାଥନ୍
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନିପ୍ର)
ବରଗଡ଼: ସ୍ୱାସ୍ଥ୍ୟ, ଫିଟନେସ୍ ଓ ସଚେତନତାର ବାର୍ତ୍ତା ନେଇ ଲାୟନ୍ସ କ୍ଲବ୍ ଅଫ୍ ବରଗଡ଼ ଏବଂ ମାରୱାଡ଼ି ଯୁବା ମଞ୍ଚର ମିଳିତ ଆନୁକୂଲ୍ୟରେ ଏକ ୱାକାଥନ୍ ଆୟୋଜିତ ହୋଇଥିଲା।
ପ୍ରାୟ ୨ କିଲୋମିଟର ଦୂରତା ପର୍ଯ୍ୟନ୍ତ ଆୟୋଜିତ ଏହି ପଦଯାତ୍ରାରେ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଉତ୍ସାହର ସହିତ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଲାୟନ୍ କିଶନ ଲାଲ ଅଗ୍ରୱାଲ, ଲାୟନ୍ ଦୀପକ ବାଲୋଦିଆ, ଲାୟନ୍ ପ୍ରଦୀପ ତାୟଲ, ଲାୟନ୍ ପ୍ରତାପ ନାୟକ, ଲାୟନ୍ ଅଶୋକ ଅଗ୍ରୱାଲ, ଲାୟନ୍ ସନ୍ତୋଷ ସାୱାଡିଆ, ଲାୟନ୍ ଅଭୟ କୁମାର ଭୋଇ, ଲାୟନ୍ ମନୋଜ ମହାପାତ୍ର ଓ ଲାୟନ୍ ଲଳିତ ଅଗ୍ରୱାଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ସୁସ୍ଥ ଜୀବନଶୈଳୀ, ନିୟମିତ ବ୍ୟାୟାମ ଓ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ଏହି ୱାକାଥନ୍ର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ପାଇଁ ଲାୟନ୍ସ କ୍ଲବ୍ ପକ୍ଷରୁ ସମସ୍ତ ସଦସ୍ୟ, ବିଭିନ୍ନ ସାମାଜିକ ସଂଗଠନ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଯାଇଛି।
ଲାୟନ୍ସ କ୍ଲବ୍ ଅଫ୍ ବରଗଡ଼ ପକ୍ଷରୁ ଏଭଳି ସାମାଜିକ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି କୁହାଯାଇଛି।
