*ଜାତୀୟ କ୍ରୀଡା ଦିବସ ଅବସରରେ ଯାଜପୁରରେ ସାଇକେଲ ରାଲି ଆୟୋଜିତ
ରିପୋର୍ଟ _ନିରୋଜ କୁମାର ସେଠୀ
ଯାଜପୁର -୩୦, ଅଗଷ୍ଟ, ୨୦୨୬ ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଯାଜପୁର ଜିଲ୍ଲା କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।
ଏହି ରାଲିକୁ *ଯାଜପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରଶାନ୍ତ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।* ରାଲିଟି *ବରାହ ମନ୍ଦିରରୁ ଇନଡୋର ଷ୍ଟାଡିୟମ ପର୍ଯ୍ୟନ୍ତ* ଅନୁଷ୍ଠିତ ହୋଇଥିଲା।ଜାତୀୟ କ୍ରୀଡ଼ା ଦିବସ-୨୦୨୬ ଅବସରରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ପାଳନ, ଶାରୀରିକ ସୁସ୍ଥତା, ସାଧାରଣ ଜୀବନଶୈଳୀ, ପରିବେଶ ସଚେତନତା ଏବଂ ଯୁବସମାଜକୁ କ୍ରୀଡ଼ା ପ୍ରତି ଉତ୍ସାହିତ କରିବା ପାଇଁ ଏହି ରାଲି ସହାୟକ ହୋଇପାରିବ।ଏଥିରେ *୨୦୦ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ* ଯେଉଁଥିରେ ଛାତ୍ରଛାତ୍ରୀ, କ୍ରୀଡାବିତ୍ ଓ ବିଭାଗୀୟ ଅଧିକାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଯୁବପିଢି ମଧ୍ୟରେ ସୁସ୍ଥତା ଓ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ରାଲି କୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଫକୀର ମୋହନ ଟୁଡୁ ପରିଚାଳନା କରିଥିଲେ।
