*ବିଦ୍ୟାଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶା , ଦକ୍ଷିଣ ପଶ୍ଚିମ ସମ୍ଭାଗର ସଙ୍କୁଳ ସ୍ତରୀୟ ଶିକ୍ଷା ପରିଷଦ କାର୍ଯ୍ୟଶାଳା*
=================
*(ବଲାଙ୍ଗିରରୁ ପ୍ରଦୀପ କୁମାର ସା ଙ୍କ ରିପୋର୍ଟ)*
*ତାରିଖ 30/08/26 ଆଜି ରବିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ଦେଓଗାଁ ଠାରେ ସଙ୍କୁଳ ସ୍ତରୀୟ ଶିକ୍ଷା ପରିଷଦ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇ ଯାଇଛି ll ଏଥିରେ ସଙ୍କୁଳ ଅନ୍ତର୍ଗତ ଦଶଟି ବିଦ୍ୟାଳୟରୁ 120 ଜଣ ଗୁରୁଜୀ ଗୁରୁମା ଭାଗ ନେଇ ଥିଲେ l ଏଥିରେ ଗଣିତ ବିଷୟ,ମାତୃଭାଷା ବିଷୟ, ଇଂରାଜୀ ବିଷୟ, ଓ ପରିବେଶ ବିଜ୍ଞାନ ବିଷୟର ପାଠ୍ୟ ଯୋଜନା ଲିଖନ ହୋଇଥିଲା ll ଏଥିରେ ପାଠ୍ୟ ପୁସ୍ତକ ପଠନ, ପ୍ରସଙ୍ଗର ନୋଟ୍ ଲିଖନ, ପ୍ରସଙ୍ଗର ଦକ୍ଷତା, ଶିକ୍ଷଣ ଉଦ୍ଦେଶ୍ୟ, ଶିକ୍ଷଣ ପ୍ରତିଫଳ, ଶିକ୍ଷଣ ଆବଶ୍ୟକ ପ୍ରକ୍ରିୟା, ଶିକ୍ଷଣ ସହାୟକ ସାମଗ୍ରୀ, ଶିକ୍ଷଣ ରଣନୀତି, ଶିକ୍ଷଣ ଏକୀକରଣ, ପ୍ରକଳ୍ପ କାର୍ଯ୍ୟ, ପ୍ରଶ୍ନ ପ୍ରସ୍ତୁତି, ତ୍ରୁଟି ବିଚ୍ୟୁତି ବାହାର କରିବା , ଆଦି ବାରଟି ବିନ୍ଦୁ ଉପରେ ଆଲୋଚନା ତଥା ଶିକ୍ଷଣ କାର୍ଯ୍ୟ କରାଯାଇଥିଲା ll ଉଦ୍ଘାଟନୀ ସତ୍ରରେ ସ୍ଥାନୀୟ ବିଦ୍ୟାଳୟର ସମ୍ପାଦିକା ଶ୍ରୀମତୀ ଚିନ୍ମୟୀ ମିଶ୍ର ଦ୍ୱୀପ ପ୍ରଜ୍ଜ୍ୱଳନ କରି ମାର୍ଗଦର୍ଶନ କରି ଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ ସା ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇ ଥିଲେ ll ବଲାଙ୍ଗୀର ସଙ୍କୁଳ ସଂଯୋଜକ ଶ୍ରୀ ସନାତନ ମିଶ୍ର ଉଦ୍ଦେଶ୍ୟ ବଖାଣି ଥିଲେ ପଞ୍ଚପଦୀ ଅଧିଗମ ଶିକ୍ଷଣ ବିଷୟରେ ll ଶେଷରେ ମହିମୁଣ୍ଡା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଗୋପୀନାଥ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରି ଥିଲେ*
