: “ବିଦ୍ୟା ଭାରତୀ ଶିକ୍ଷା ଅନୁଷ୍ଠାନରେ ରକ୍ଷା ବନ୍ଧନ ମହୋତ୍ସବ ପାଳିତ “
ବାରିପଦା – ଛାତ୍ର ଓ ଛାତ୍ରୀମାନଙ୍କର ଶିକ୍ଷା ର କାରଖାନା “ବିଦ୍ୟା ଭାରତୀ”ଯାହା କି ବାରିପଦା ର ମଧୁବନ ରେ ଅବସ୍ଥିତ ଏହି ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅକ୍ଷୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ “ରକ୍ଷା ବନ୍ଧନ ମହୋତ୍ସବ ୨୦୨୬” ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି ସ୍ୱତନ୍ତ୍ର ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ବାରିପଦା ପୌରପାଳିକାର କାଉନସିଲର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ରେ ଯୋଗ ଦେଇଥିବା ବେଳେ , ଉପଦେଷ୍ଟା ଦିଲ୍ଲୀପ କୁମାର ଜେନା ଓ ସନ୍ତୋଷ କୁମାର ବରାଜ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉତ୍ସବ ସମ୍ପର୍କରେ ବିବୃତି ପ୍ରଦାନ କରିବା ସହ ପ୍ରତ୍ୟେକ ଭାଇ ପର ଅପର ନଭାବି ବିପଦରେ ପଡିଥିବା ସମସ୍ତ ଭଉଣୀଙ୍କ ପ୍ରତି ସମଭାବାପନ୍ନ ହେବାକୁ ଶପଥ ନେବାକୁ ଉପଦେଶ ଦେଇଥିଲେ । ଯେପରି ଭାଇ ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହ ଶ୍ରଦ୍ଧାକୁ ଅତୁଟ ରଖିବାର ଏକ ମହାନ୍ ପରମ୍ପରା ହେଉଛି ରକ୍ଷାବନ୍ଧନ, ସେହିପରି ଏହି ଅନୁଷ୍ଠାନରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ଏକତା ରଜ୍ଜୁରେ ବାନ୍ଧି ହୋଇ ଅନୁଷ୍ଠାନର ସୁନାମ ବଜାୟ ରଖିବାକୁ ପ୍ରତିଷ୍ଠାତା ଶ୍ରୀଯୁକ୍ତ ମିଶ୍ର ପରାମର୍ଶ ଦେଇଥିଲେ I ବୈଷ୍ଣବୀ,ବିଦୁସ୍ମିତା, ନନ୍ଦିନୀ, ଶ୍ରେୟା, ଇପ୍ସୀତା ଆଦି ଛାତ୍ରୀଗଣ ସୁନ୍ଦର ରାକ୍ଷୀଗୀତ ପରିବେଷଣ କରିଥିବା ବେଳେ ଆରାଧ୍ୟା, ସାଇପ୍ରିନ୍ସ ଏବଂ ଓମ୍ ପ୍ରତୀକ ନିଜ ନିଜର ଅଭିମତ ପ୍ରଦାନ କରିଥିଲେ । ଇତ୍ୟବସରରେ ସମ୍ବାଦ କାର୍ଯ୍ୟାଳୟ ତରଫରୁ ସ୍ୱତନ୍ତ୍ର ରାକ୍ଷୀ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇ ସମାଜରୁ ନିଶା ନିବାରଣ ନିମନ୍ତେ ସଚେତନତା ସୃଷ୍ଟି କରିବାର ଆହ୍ୱାନ ଦିଆଯାଇଥିଲା ।
ଅନୁଷ୍ଠାନର ଅନ୍ୟତମ ଉପଦେଷ୍ଟା ଶ୍ରୀମତୀ ସ୍ମିତାମୟୀ ରଥଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ଓମ୍ ପ୍ରକାଶ ବେହେରା ଶିଷୟିତ୍ରୀ ହେମାଙ୍ଗିନୀ ଦାଶ, ଲକ୍ଷ୍ମୀପ୍ରିୟା ମହାଭୋଇ ଆଦି ଉପସ୍ଥିତ ଥିଲେ । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆକାଂକ୍ଷା ପ୍ରିୟଦର୍ଶିନୀ, ଅର୍ପିତା, ସାନ୍ତନୁ, କୁଳଜୀତ୍ ,ପୂର୍ଣ୍ଣେନ୍ଦୁ, ସୁତନୁ ଇତ୍ୟାଦିଙ୍କ ସହଯୋଗ କ୍ରମେ ଅନୁଷ୍ଠାନର ହିତାକାଂକ୍ଷୀ ଶ୍ରୀମତୀ କସ୍ତୁରୀ ରାୟଙ୍କ ଉପସ୍ଥିତିରେ ମିଷ୍ଟାନ୍ନ ବଣ୍ଟନ ସହିତ ଧନ୍ୟବାଦ କରାଯାଇଥିଲା।
