ପ୍ରତିଟି ପିଲା ପ୍ରତିଭାବାନ, କେବଳ ପରିବେଶ ଓ ପରିସ୍ଥିତି ଅନୁସାରେ ତା’ର ପ୍ରତିଭାର ପ୍ରକାଶ ଘଟିଥାଏ
“””””””””””””””””””””””””””””””””””””””””
‘ମାସ୍’ ପକ୍ଷରୁ ବିବେକାନନ୍ଦଙ୍କୁ ସମ୍ବର୍ଦ୍ଧନା ପ୍ରଦାନ
“”””””””””””””””””””””””””””””””””””””””””
ବାଲେଶ୍ବର, 26/8: ପ୍ରତିଟି ପିଲା ପାଖରେ ପ୍ରତିଭା ଏବଂ ଆଗାଗୁ ବଢିବାର କ୍ଷମତା ଭରପୂର ଥାଏ। ଅନୁକୂଳ ପରିବେଶ, ପରିସ୍ଥିତି ତଥା ଉପଯୁକ୍ତ ଲାଳନପାଳନ ଓ ସୁଯୋଗର ସୁବ୍ୟବସ୍ଥା ଅସୁସରେ ହିଁ ଜଣେ ଆଗକୁ ଯିବାରେ ସମର୍ଥ ହୋଇଥାଏ। ବାପାମାଆଙ୍କର ଭୂମିକା ମଧ୍ୟ ଏ କ୍ଷେତ୍ରରେ କିଛି କମ ନଥାଏ ବୋଲି ଆମେରିକାର ଲସଭେଗାସ ଠାରେ ‘କ୍ରେଡିଟ ୱାନ ବ୍ୟାଙ୍କ’ରେ ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ ଭାବରେ ଅବସ୍ଥାପିତ ବାଲେଶ୍ଵର ନୀଳଗିରିର ସନ୍ତାନ ଡକ୍ଟର ବିବେକାନନ୍ଦ ମିଶ୍ର ତାଙ୍କୁ ପ୍ରଦତ୍ତ ଏକ ସମ୍ବର୍ଦ୍ଧନାର ଉତ୍ତରରେ କହିଛନ୍ତି । ବାଲେଶ୍ବରର ଅଗ୍ରଣୀ ସାମାଜିକ ସଙ୍ଗଠନ ‘ମାନବ ଅଧିକାର ସୁରକ୍ଷା ସଂସଦ’ ବା ‘ମାସ୍’ ଦ୍ବାରା ସ୍ଥାନୀୟ ଆତିଥ୍ୟ ଭବନ ଠାରେ ଅନୁଷ୍ଠିତ ‘ପ୍ରାକ୍ ରକ୍ଷା ବନ୍ଧନ ଉତ୍ସବ ‘ ପାଳନ ଅବସରରେ ବିଶିଷ୍ଟ ଆଇନଜୀବୀ ଜ୍ଞାନ ମିଶ୍ର ଏବଂ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ବନିତା ମିଶ୍ରଙ୍କ ପୁତ୍ର ଡକ୍ଟର ବିବେକାନନ୍ଦଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା। ବାଲେଶ୍ବର ଫକୀମୋହନ କଲେଜରୁ + ଦୁଇ, ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଷ୍ଟାଟିଷ୍ଟିକାଲ୍ ଇନ୍ଷ୍ଟିଚ୍ୟୁଟରୁ ସ୍ନାତକ, ଇଂଲଣ୍ଡର ୟୁନିଭର୍ସିଟି ଅଫ୍ ଓ୍ବାରଓ୍ବିକରୁ ବିଜ୍ଞାନରେ ସ୍ନାତକେ।ତ୍ତର ଉପାଧି ଓ ୟୁନିଭର୍ସିଟି ଅଫ କ୍ୟାନସାସରୁ ପିଏଚଡି ଡିଗ୍ରୀ ଲାଭ କରିବାର ବିରଳ ସୁଯୋଗ ପ୍ରାପ୍ତ ହେ।ଇଥିବା ଡକ୍ଟର ମିଶ୍ର ପରବର୍ତ୍ତୀ ସମୟରେ ଆମେରିକାର ଅନ୍ୟତମ ଅଗ୍ରଣୀ ବ୍ୟାଙ୍କ କ୍ରେଡିଟ
ବ୍ୟାଙ୍କର ଏହି ଗୁରୁତ୍ବପୂର୍ଣ୍ଣ ପବଦୀରେ ଅବସ୍ଥାପିତ ହେବାରେ ପ୍ରଥମ ଓଡିଆ । ସଂଗଠନର ସଭାପତି ଅଭୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କବି ପ୍ରଶାନ୍ତ ଦାସ ମୁଖ୍ୟ ଅତିଥି ଭାବରେ ଯେ।ଗ ଦେଇଥିବା ବେଳେ ପ୍ରାଥମିକ ସୂଚନା ପ୍ରଦାନ କରିଥିଲେ ବାଲେଶ୍ବର ସିଡବ୍ଲ୍ୟୁସି ସଦସ୍ୟ ସମାଜସେବୀ ଯାଦବେଶ ମିଶ୍ର। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଯେ।ଗଦେଇଥିଲେ ସଂଗଠନର ସଂପାଦକ ଦେବାଶିଷ ପଣ୍ଡା, ଆଡଭେ। କେଟ୍ ଜ୍ଞାନରଞ୍ଜନ ମିଶ୍ର, ବନିତା ମିଶ୍ର, ବିଦ୍ୟାଧର ନାୟକ, ଅଭିନେତା ଦେବ୍, ବିଜୟ ଦାସ ଅଧିକାରୀ, ସର୍ବେଶ୍ବର ଜେନା,ମଞ୍ଜୁଲତା ବଳ, ପ୍ରଣିତା ମିଶ୍ର, ହରିପଦ ଭୂୟାଁ, ସିଦ୍ଧେଶ୍ଵର ବିନ୍ଧାଣୀ, ମିନତୀ ସେଠୀ, ଆଶ୍ରିତା ତରେଇ, ଚିତ୍ତରଞ୍ଜନ ଦାସ, ଅର୍ଚ୍ଚନା ନନ୍ଦୀ, ବିଜୟ ଆଚାର୍ଯ୍ୟ, ରବୀନ୍ଦ୍ର ଦାଶ, ରବୀନ୍ଦ୍ର ଗିରି, ସତ୍ୟ ନାୟକ, ପ୍ରଦ୍ୟୁମ୍ନ ନାୟକ, ମାନସ ରଥ, ପ୍ରବୀର କମିଳା,ଅଞ୍ଜୁଲତା ବଳ,ଦେବବ୍ରତ କର, ଲଳିତ ମୋହନ ଦାସ, ଦେବାଶିଷ ସିଂହ, ତୣପ୍ତି ପାତ୍ର, ପ୍ରଶାନ୍ତ କୁମାର ଦାସ, ଜଳଧର ମହାନ୍ତି ପ୍ର ମୁଖ ଯେ।ଗ ଦେଇଥିଲେ।
