ପ୍ରଫେଟ ମହମ୍ମଦଙ୍କ ଜନ୍ମଦିନ ଉପଲକ୍ଷେ ଉତ୍ସବ ମୁଖର ଧାମନଗର:ସୁସଜ୍ଜିତ ୩୪ରୁ ଉର୍ଦ୍ଧ ଜୁଲୁସ୍ ଓ କାଫଲା ସହର ପରିକ୍ରମା
ଧାମନଗର ୨୫/୦୮/୨୬ ମହାପୁରୁଷ ହଜରତ ମହମ୍ମଦଙ୍କ ଜନ୍ମଦିନ ତଥା ଇଦ୍ ମିଲାଦୁନ ନବୀ ପାଳନ ଉପଲକ୍ଷେ ଧାମନଗର ଉତ୍ସବ ମୁଖର ହୋଇଉଠିଥିଲା। ଏହି ଅବସରରେ ବିଭିନ୍ନ ସାହିବସ୍ତି,ଯୁବ ସଂଗଠନ ଓ ଅନୁଷ୍ଠାନ ତରଫରୁ ମୋଟ ୩୪ଗୋଟି ରଙ୍ଗ ବେରଙ୍ଗ ଆଲୋକରେ ସୁସଜ୍ଜିତ ଆକର୍ଷଣୀୟ ଜୁଲୁସ୍ ଓ କାଫଲା ଶୋଭାଯାତ୍ରା ବାହାରି ସମସ୍ତେ ଖାନକା ସରିଫ୍ ପରିସରରେ ପହଞ୍ଚି ଥିଲେ। ସେଠାରୁ ରାତି ୯ଟା ୩୦ରେ ସମସ୍ତ ଜୁଲୁସ୍ କାଫଲା ପର୍ଯ୍ୟାୟ କ୍ରମେ ଇଦ ଗା ମଇଦାନ ଅତିକ୍ରମ କରି ବଡ ବଜାର,ସାନ ବଜାର ଛକ ପରିକ୍ରମା କରି ବଙ୍ଗାଳି ଛକ ବାଟେ ସିଧା ଜଗତି କଦମରସୁଲ ଠାରେ ପହଞ୍ଚିଥିଲେ। ସେଠାରେ ଜଗତି କଦମରସୁଲ କମିଟି ସଭାପତି ତଥା ଦର୍ଘା ସରିଫ୍ ମତ୍ତ୍ୱଲ୍ଲୀ ମୌଲାନା ମହମ୍ମଦ ହମ୍ମାଦ୍ ହବିବ,ସାଧାରଣ ସମ୍ପାଦକ ସେକ ସୈଫୁଦ୍ଦିନ,କମିଟିର ସଦସ୍ୟ ମହମ୍ମଦ ଆରହମ ହବିବ,ସେକ ତାରିକ ଆନୁଓର,ସେକ ମୋସରାଫ,ମୌଲାନା ସେକ ଆମଜଦ,ସେକ ତାଜୁଦ୍ଧିନ, ସେକ ଅବଦୁଲ ହାକିମ,ସେକ ଅବଦୁଲ୍ଲା,ସେକ କମରୁଦ୍ଦିନଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଜୁଲୁସ ଓ କାଫଲାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ମହମ୍ମଦଙ୍କ ଜନ୍ମ ଦିନ ତଥା ଇଦ୍ ମିଲାଦୁନ ନବୀ ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ଧାମନଗର ଏନ ଏ ସି ଅଞ୍ଚଳରୁ ବିଭିନ୍ନ ସାହିବସ୍ତି ଯଥା ପଠାଣମହଲ୍ଲା,କୋରେସି ମହଲ୍ଲା,କାଜି ସାହି, ଶ୍ୟାମପୁର ନାୟକସାହି,ଚାରାହଓଲି,ହବିବିନଗର ଏକ, ହବିବନଗର ଦୁଇ ଆଜାଦ କ୍ଲବ,କାଜିମହଲ୍ଲା,ମୁନସିପାଟନା ଏକ,ବାଉଁଶ ବାଡ଼ି,ବଜାର ସାହି,ମୁଲଣାସାହି ଏକ,ମୁଲଣାସାହି ଦୁଇ,ଫକିରସାହି,ଭଣ୍ଡାରିସାହି,କଣ୍ଟାବଣିଆ,ହବିବ ନଗର ତିନି, ଆଜାଦ ନଗର,ନାଜର ସାହି ଏକ,ନାଜର ସାହି ଦୁଇ,ବଣିଆ ସାହି ହାନିଫ ନଗର,ମୋଜାହିଦ ନଗର,ଟୋପି ୱାଲେ ଛକ, କଜିମହଲ୍ଲା,ଡି.ଆର.ସି,ହବିବି କମିଟି,ଆଜାଦ କ୍ଲବ,ମୁନସି ପାଟନା ଦୁଇ,ପଠାଣ ମହଲା ଦୁଇ,ହଜରତ କମିଟି,ବଜାର ସାହି ଦୁଇ,ଖୋୱାଜାନଗର,ହାଜିନଗରଙ୍କ ସମେତ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ତରଫରୁ ମୋଟ ୩୪ଗୋଟି ରଙ୍ଗ ବେରଙ୍ଗ ଆଲୋକରେ ସୁସଜ୍ଜିତ ଜୁଲୁସ୍ ଓ କାଫଲା ଶୋଭାଯାତ୍ରା ବାହାରିଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ କମିଟି ତରଫରୁ ୧୧ଟି ସ୍ଥାନରେ ପେଣ୍ଡାଲ ମାଧ୍ୟମରେ ଜୁଲୁସ୍ ଓ କାଫଲା କମିଟିକୁ ଶୁଭେଚ୍ଛା ଜଣାଇବା ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପଡୋଶୀ ଜିଲ୍ଲା ଯାଜପୁର,ଭଦ୍ରକ,ବାଲେଶ୍ବର ଓ କେନ୍ଦ୍ରାପଡା ଆଦି ଅଞ୍ଚଳରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସୁସଜ୍ଜିତ ଜୁଲୁସ୍ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ଧାମନଗର ଖାନଙ୍କା ପରିସରରେ ହବିବିୟାର ଟ୍ରଷ୍ଟ କମିଟି ତରଫରୁ ସଭାପତି ମୌଲାନା ସୟଦ ଗୋଲାମ ଅହେମ୍ମଦ ହବିବି,ଉପସଭାପତି ମୌଲାନା ମହମ୍ମଦ ଅବଦୁଲ ମନ୍ନାନ ହବିବି,ସାଧାରଣ ସମ୍ପାଦକ ମୌଲାନା ମୁକ୍ତାର ଅହେମ୍ମଦ ହବିବି,ଟ୍ରଷ୍ଟର କର୍ମକର୍ତ୍ତା ସମାଜସେବୀ ଏମଡି ଫଜଲେ ବାରି,ଏମଡି ଜୟନୁଲ ଆବେଦିନ,ଏମଡି ତାଜୁଦ୍ଦିନ,ଏମିତି ଇଲାମୁଦ୍ଦିନ,ଶାନ୍ତି କମିଟି ବରିଷ୍ଠ ସଦସ୍ୟ ବାସୁଦେବ ତ୍ରିପାଠୀ,ମହେଶ୍ବର ସ୍ୱାଇଁ,ସୁଶାନ୍ତ କୁମାର ରାଉତ,ଗୋଲାମ ଜିଲାନି ହବିବି,ସେକ ଜାଫର ଅଲ୍ଲୀ ହବିବି,ସେକ ଅବଦୁଲ ହାକିମ ହବିବି,ସେକ ରୋସ୍ତମ ହବିବି,ଏମଡି ହବିବୁର ରହେମାନଙ୍କ ସମେତ ବୁଦ୍ଧିଜୀବି ଓ ସ୍ୱେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି ଅବସରରେ ଧାମନଗର ବିଧାୟକ ତଥା ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାସ ଚନ୍ଦ୍ର ମହାପାତ୍ର,ସାଂସଦଙ୍କ ବ୍ଲକ ଓ ନଗର ପ୍ରତିନିଧି ମନୋରଞ୍ଜନ ମଲ୍ଲିକ,ସରୋଜ ମହାପାତ୍ର,ବିଜେପି ବରିଷ୍ଠ ନେତା ଅରବିନ୍ଦ ପତି,ରଞ୍ଜିତ ମହାନ୍ତି,ବିଜେଡି ବରିଷ୍ଠ ନେତା ପୂର୍ବତନ ବିଧାୟକ ଯାଜପୁର ପ୍ରଣବ ପ୍ରକାଶ ଦାସ,ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ,ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ,ବିଜେଡି ନେତା ଡାକ୍ତର ସଞ୍ଜୟ କୁମାର ଦାସ,ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ,ବିଜେଡି ବ୍ଲକ ଓ ନଗର ସଭାପତି ପ୍ରତାପ ସାମଲ,ବିଜୟକେତନ ସାହୁ,ସୂର୍ଯ୍ୟକାନ୍ତ ନାୟକ,ଉମେଶ ମହାନ୍ତି,ଏମଡି ଫକିରୁଦ୍ଦିନ,ବିଜେପି ସହରୀ ମଣ୍ଡଳ ସଭାପତି ପ୍ରଶାନ୍ତ ପରିଡ଼ା,ବିଜେପି ନେତା କୃଷ୍ଣ ଚନ୍ଦ୍ର ଜେନା,ଧୀରେନ୍ଦ୍ରକର,କଂଗ୍ରେସ ଦଳର ନେତାମାନେ ପୁଥକ ପୁଥକ ଭାବେ ପେଣ୍ଡାଲରେ ଉପସ୍ଥିତ ରହି ଜୁଲୁସ୍ ଓ କାଫଲା କମିଟି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଥିଲେ। ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଏସ ପି ମନୋଜ କୁମାର ରାଉତ ଥାନାରେ ଉପସ୍ଥିତ ଥିବା ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଅତିରିକ୍ତ ଏସ ପି ଅରୁପ ଅଭିଷେକ ବେହେରା,ଡି ଏସ ପି ଦୁଇ ଜଣ,ଧାମନଗର ତହସିଲଦାର ଜ୍ଞାନରଞ୍ଜନ ସାହୁ,ଅତିରିକ୍ତ ତହସିଲଦାର ସାଇ ସିଲୋଳା,ଏସ ଡି ପି ଓ ବିଷ୍ଣୁ ଚରଣ ବାରଣ,ଆଇଆଇସି ଶୁଭ୍ରଜିତ ଦାଶଙ୍କ ତତ୍ତ୍ୱାବଧାନରେ ଏନିସ୍ପେକ୍ଟର ୪ଜଣ ଓ ୨୦ଜଣ ବିଭିନ୍ନ ଥାନା ଅଧିକାରୀ ସହ ୮ପ୍ଲାଟୁନ ପୋଲିସ ଫୋର୍ସ ବିଭିନ୍ନ ଛକ ବଜାରରେ ମୁତୟନ ସହିତ ଥାନାର ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
