କାଦୁଅ ରାସ୍ତାରେ ହନ୍ତସନ୍ତ କରଡସିଂହ କନ୍ଧସାହି ବାସନ୍ଦା। ଏହିଭଳି ଦେଖିବାକୁ ମିଳିଛି।
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ କଳାଙ୍ଗ ଗ୍ରାମପଞ୍ଚାୟତର କରଡସିଂହ କନ୍ଧସାହିର ରାସ୍ତା ଅବସ୍ଥା। ରାସ୍ତାଟି ସମ୍ପୂର୍ଣ୍ଣ କାଦୁଅ ପାଲଟିଛି। ଉକ୍ତ ରାସ୍ତାଦେଇ ପ୍ରତ୍ୟେକ ଦିନ ଯିବାଆସିବା ଠାରୁ ଅତି ଆବଶ୍ୟକ ଦ୍ରବ୍ୟ ନେବା ଆଣିବା ପ୍ରସବ କଲେ ଡୋଳାରେ ବୋହିକି ନେବା ୧୦୮ ଆମ୍ବୁଲାନ୍ସ ସେହି ରାସ୍ତାଦେଇ କାଦୁଅରେ ନ ଆସିବା ପିଇବା ପାଣି ସମସ୍ୟା ହାତୀ ସାହିରେ ପଶି କ୍ଷୟକ୍ଷତି କରିବା ସାହି ବାସିନ୍ଦାମାନେ ଘୋର ସମସ୍ୟାଦେଇ ଗତି କରୁଛନ୍ତି। ଏହି କନ୍ଧସାହିରେ ପ୍ରାୟ ୬୦ ପରିବାର ବସବାସ କରୁଛନ୍ତି। ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ସାହି ରାସ୍ତାଟି ସମ୍ପୂର୍ଣ ଭାବେ କାଦୁଅ ସରସର ହୋଇ ରହିଛି। କନ୍ଧ ସାହିବାସିନ୍ଦା ଘରୁ ବାହାରକୁ ଚଳାଚଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ସାହି ରାସ୍ତାଟି ସମ୍ପୂର୍ଣ ଭାବେ କାଦୁଅ ସରସର ହୋଇ ରହିଛି। ତା ସହିତ ହାତୀ ଆକ୍ରମଣରରୁ ରକ୍ଷା ପାଇବା ପାଇଁ ସୋଲାର ତାରବାଡ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି କନ୍ଧସାହି ବାସିନ୍ଦାମାନେ ବ୍ଲକସ୍ତରୀୟ ଅଧିକାରୀଙ୍କୁ ଏନେଇ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆମ୍ଭ ମାନଙ୍କର ଅଭିଯୋଗକୁ କେହି ଶୁଣୁ ନାହାନ୍ତି ବୋଲି ସେମାନେ କହିଛନ୍ତି। ଏଣୁ ଏଥି ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ କନ୍ଧସାହି ବାସିନ୍ଦାମାନେ ନିବେଦନ କରିଛନ୍ତି।
