ସ୍ୱର୍ଗତ କରେନ୍ଦ୍ର ମାଝିଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ,ବିନମ୍ର ଶ୍ରଦ୍ଧାଞ୍ଜଳି !
ବାଲିଗୁଡ଼ା, ୨୪/୮/୨୬(ନି,ପ୍ର )କନ୍ଧମାଳ ରାଷ୍ଟ୍ରୀୟ ଚେତନାକୁ ଜାଗ୍ରତ ସହ ଆଦିବାସୀ ଚେହେରା ଥିଲେ କରେନ୍ଦ୍ର ମାଝୀ I
ବାଲିଗୁଡ଼ା , ପୂର୍ବତନ ବିଜେପି ବିଧାୟକ ସ୍ୱର୍ଗତଃ କରେନ୍ଦ୍ର ମାଝୀ ରାଜ୍ୟର ଜଣେ ଆଗ ଧାଡ଼ିର ଯୁବ ଆଦିବାସୀର ଚେହେରା ଥିଲେ ! ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସହ ମିଶି ସେ ରାଷ୍ଟ୍ରୀୟ ଚେତନା ଜାଗ୍ରତରେ ତାଙ୍କର ଭୂମିକା ଅତୁଳନୀୟ ଥିଲା ! ନିଜ ଅଞ୍ଚଳ ସମେତ ରାଜ୍ୟର ଜନଜାତିଙ୍କ ଉନ୍ନତି ପାଇଁ ସେ ସଦାସର୍ବଦା ଜଣେ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିଲେ ! ଆଉ ଏହାରି ଭିତରେ ସେ ଜଣେ ଦରଦୀ ଓ ମେଳାପି ବ୍ୟକ୍ତି ଭାବେ ସମସ୍ତଙ୍କ ହୃଦୟ ଜିଣୁଥିଲେ ! ବାଲିଗୁଡା ସ୍ଥିତ ଟାଉନ ହଲ ଠାରେ ଆୟୋଜିତ ସ୍ୱର୍ଗତଃ କରେନ୍ଦ୍ର ମାଝୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସମାରୋହରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି ସ୍ମୃତି ଚାରଣ କରିଥିଲେ ! ଅନ୍ୟତମ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମାଚରଣ ମଲିକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ଭଗବାନ ମହାନ୍ତି, ପୂର୍ବତନ ଜିଲ୍ଲା ବିଜେପି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ କଳ୍ପନା କଂହର, ସଭାପତି ଜଗନ୍ନାଥ ସାହୁ, ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝୀ ଓ ପୂର୍ବତନ ଵିଧାୟିକା ଅଜୟନ୍
