*ସରକାରୀ ଅର୍ଥ ହେରଫେର କରିବା ମହଙ୍ଗା ପଡିଲା,ଦୁଇ ଯନ୍ତ୍ରୀ ଓ ଠିକାଦାର ଦଣ୍ଡିତ*
ନୂଆପଡା(ମିଖାଏଲ ନନ୍ଦ)
ତା-୨୩/୦୮
ସରକାରୀ ଅର୍ଥ ହେରଫେର ଅଭିଯୋଗ ରେ ନୂଆପଡା ଜିଲ୍ଲା ଖଡ଼ିଆଳ ଏନଏସି ରେ କାର୍ଯ୍ୟରତ ତତ୍କାଳୀନ ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ତ୍ରିପାଠୀ, କନିଷ୍ଠ ଯନ୍ତ୍ରୀ ଜୟନ୍ତ ନାରାୟଣ ପଣ୍ଡା ଏବଂ ଠିକାଦାର ପ୍ରସନ୍ନ କୁମାର ମହାନା ଙ୍କୁ ଦୋଷୀ ସାବ୍ୟସ୍ତ କରି ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ହୋଇଛନ୍ତି । ଭବାନୀପାଟଣା ସ୍ଥିତ ଭିଜିଲାନ୍ସ କୋର୍ଟ ର ସ୍ୱତନ୍ତ୍ର ବିଚାର ପତି ବଦ୍ରି ନାରାୟଣ ନନ୍ଦ ଉକ୍ତ ମାମଲା ର ବିଚାର କରି ତିନି ଅଭିଯୁକ୍ତ ତିନି ବର୍ଷ ଜେଲ ଦଣ୍ଡଦେଶ ସହ ଦଶ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ କରିଛନ୍ତି । ଜରିମାନା ଅନାଦେୟ ହେଲେ ଆଉ ଅଧିକ ୬ ମାସ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡିବ ବୋଲି ରାୟ ପ୍ରକାଶ ପାଇଛି । ମିଳିଥିବା ସୂଚନା ମୁତାବକ ଗତ ୨00୮ ମସିହା ରେ ଖଡ଼ିଆଳ ଏନଏସି ୱାର୍ଡ ନଂ ୧୧ ରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ୨୧ଲକ୍ଷ ୩0 ହଜାର ୨୩0 ଟଙ୍କାର ଏକ ସଂକଳ୍ପ ପାରିତ ହୋଇଥିଲା ଏବଂ କୌଣସି କାମ ନ ହୋଇ କାମ ହୋଇଥିବା ଦର୍ଶାଇ ଠିକାଦାର ଙ୍କ ଜରିଆରେ ବିଲ ପ୍ରଦାନ ହୋଇଥିଲା । ଅଭିଯୋଗ ହେବା ପରେ ୨0୧୧ ମସିହାରେ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ ଏହାର ତଦନ୍ତ କରି ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ଜାଣିବାକୁ ପାଇଥିଲା ।
