*ବୃହତ ଉଠାଜଳସେଚନ ପ୍ରକଳ୍ପ ଚାନ୍ଦୋପାଲା ପରିଚାଳନା ନେଇ ପାଣି ପଞ୍ଚାୟତ କ୍ଲଷ୍ଟର୍ ଗଠିତ, ଉପଜିଲ୍ଲାପାଳ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ରେ ଶାନ୍ତି ପୂର୍ଣ୍ଣ ପାଣିପଞ୍ଚାୟତ ପଦାଧିକାରୀ ଗଠନ ସଭାପତି ଅମରେଶ , ସମ୍ପାଦକ ସିଦ୍ଧାର୍ଥ ଶଙ୍କର ମହାପାତ୍ର।*
ନୂଆପଡା(ମିଖାଏଲ ନନ୍ଦ)
ତା-୨୧/୦୮.
ଏବୃହତ ଉଠାଜଳସେଚନ ପ୍ରକଳ୍ପ ଚାନ୍ଦୋପାଲା ପରିଚାଳନା ନେଇ ପାଣି ପଞ୍ଚାୟତ କ୍ଲଷ୍ଟର୍ ଗଠିତ ହୋଇଯାଇଅଛି। ପାଣି ପଞ୍ଚାୟତ କମିଟି ଗଠନ ନେଇ ଉପଜିଲ୍ଲାପାଳ ସୂର୍ମି ସୋରେନ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ରେ ଶାନ୍ତିପୂର୍ଣ୍ଣ ପାଣିପଞ୍ଚାୟତ ପଦାଧିକାରୀ ଗଠନ ହୋଇଯାଇଅଛି।ସଭାପତି ଅମରେଶ ପଟ୍ଟନାୟକ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ସମ୍ପାଦକ ରୂପେ ସିଦ୍ଧାର୍ଥ ଶଙ୍କର ମହାପାତ୍ର ଏବଂ କୋଷାଧ୍ୟକ୍ଷ ରୂପେ ପରମାନନ୍ଦ ଭୋଇ ସର୍ବ ସମ୍ମତି ରେ ମନୋନୀତ ହୋଇଛନ୍ତି। ନୂତନ କମିଟି ପଦାଧିକାରୀଙ୍କୁ ସରକାରୀ ମହଲା ରେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ପାଣିପଞ୍ଚାୟତ ନିର୍ବାଚନ ବେଳେ ଖଡ଼ିଆଳ ଅତିରିକ୍ତ ତହସିଲଦାର ସୁଧାଂଶୁ ମାଝୀ, ବିଭାଗୀୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ବିଭାଗୀୟ ଏସ୍ ଡି ଓ, ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ପୋଲିସ ଉପସ୍ଥିତ ରହି ସହଯୋଗ କରିଥିଲେ। ଏଥିରେ ତିନିଜଣ ମହିଳା ସଦସ୍ଯା ମନୋନୀତ ହୋଇଛନ୍ତି। ମହିଳା ସଦସ୍ୟା ରୂପେ କମଳା ମାଝି, ଉମା ପଟେଲ ପଙ୍କଜିନୀ ଭୋଇ ମନୋନୀତ ହୋଇଅଛନ୍ତି। ସଦସ୍ୟ ରୂପେ ଶ୍ରୀ ମୋହନ ଭୋଇ, ଶ୍ରୀ ମେଘନାଦ ନିଆଲ, ଓ ଶ୍ରୀ ଦେବରାଜ ପଟେଲ। ଉପସ୍ଥିତ ସମସ୍ତ ନଅଟି ଯୋନ୍ ର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ନିର୍ବାଚନ ଦାୟିତ୍ଵ ନୀତି ଓ ନିଷ୍ଠାର ସହ ସମାପନ କରିଥିଲେ।
