ଜାତୀୟ ପତାକାକୁ ଅସମ୍ମାନ ଘଟଣା :ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ତହସିଲଦାରଙ୍କ କାରଣ ଦର୍ଶାଅ ନୋଟିସ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଜାତୀୟ ପତାକାକୁ ଅସମ୍ମାନ ଘଟଣାରେ ଏକ କାରଣ ଦର୍ଶାଅ ନୋଟିସ ଜାରି ହେବା ଘଟଣା ଦେଖିବାକୁ ମିଳିଛି। ଗତ ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସରେ ସୋରରେ ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ କରାଯାଇଥିଲା। ସୋର ଷ୍ଟେସନ ରୋଡ୍ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କର୍ମଚାରୀମାନେ ଜାତୀୟ ପତାକାକୁ ଅସମ୍ମାନ କରିଥିବାର ଅଭିଯୋଗ ଆସିଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ଏକ ୪ ଫୁଟ୍ର ଲୁହା ପାଇପ୍ରେ ପତାକା ଉଡ଼ାଇବା ସହ ତାକାର ଗୋଟିଏ କୋଣକୁ ଏକ ପ୍ଲାଷ୍ଟିକ ସୁତୁଲିରେ ବାନ୍ଧି ଦେଇଥିଲେ | ଏନେଇ ଖବର ପ୍ରକାଶିତ ହେବା ପରେ ସୋର ତହସିଲଦାର କୃଷ୍ଣମୋହନ ସିଂ ବ୍ୟାଙ୍କର ମ୍ୟାନେଜରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହିତ ୩ ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦେଶ ଦେଇଛନ୍ତି।
