*ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ପ୍ୟାନେଲ ଓକିଲଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ* ନୂଆପଡା(ମିଖାଏଲ ନନ୍ଦ) ତା:୧୯.୦୮.
ଜିଲ୍ଲା ଆଇନ ସେବା ପ୍ରାଧିକରଣ ନୂଆପଡ଼ା ଓ ତାଲୁକ୍ ଆଇନ ସେବା ସମିତି, ଖରିଆର୍, ସିନାପାଲି ଏବଂ ବୋଡ଼େନ ଅନ୍ତର୍ଗତ ସମସ୍ତ ପ୍ୟାନେଲ ଓକିଲଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସଭାଗୃହରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରା ଉଦ୍ଘାଟନ କରିଥିଲେ । ଏହି ଶିବିରରେ ନୂଆପଡ଼ାର ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୁଶାନ୍ତ କୁମାର ମିଶ୍ର, ବରିଷ୍ଠ ଦେୱାନୀ ବିଚାରପତି ଦୁର୍ବାସା ଦୁର୍ଗା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ, ଏସ.ଡି.ଜେ.ଏମ୍ ସ୍ନାତକି ଦାଶ ଓ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଦ୍ୱିତୀୟ ଶ୍ରେଣୀ କାହ୍ନୁ କିସ୍କୁ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୁଶାନ୍ତ କୁମାର ମିଶ୍ର ମହିଳାଙ୍କର ଭରଣପୋଷଣ ବିଷୟରେଥିବା ଆଇନ, ଘରୋଇ ହିଂସା ଆଇନ ଓ ସମ୍ପତ୍ତିର ଅଧିକାର ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭, ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟଶୈଳୀ ଓ ଜାତୀୟ ଆଇନ ସେବା ପ୍ରାଧିକରଣର ବିଭିନ୍ନ ଯୋଜନା ବିଷୟରେ ପ୍ରଶିକ୍ଷଣ ଦେଇଥିଲେ ।
