ବାଳିକା ହାଇସ୍କୁଲ ଛାତ୍ରୀଙ୍କ ସଫଳତା
ଆଗରପଡ଼ା,(ନିପ୍ର) ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ ଛାତ୍ରୀମାନେ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷାରେ ସଫଳତା ଅର୍ଜ୍ଜନ କରିଛନ୍ତି। ଗତ ୨୪-୨୫ ଶିକ୍ଷାବର୍ଷରେ ଷଷ୍ଠ ଶ୍ରେଣୀ ଛାତ୍ରୀ ରାଜଲକ୍ଷ୍ମୀ ନାୟକ ଓ ଅନୀତା ସାହୁ,ଗତ ୨୩-୨୪ ଶିକ୍ଷା ବର୍ଷରେ ନବମ ଶ୍ରେଣୀ ଛାତ୍ରୀ ବନ୍ଦନା ଗୁଇଁ କୃତକାର୍ଯ୍ୟ ହୋଇଛନ୍ତି । ଯାହାକି ଏହି ହାଇସ୍କୁଲ ମାର୍ଯ୍ୟାଦା ବୃଦ୍ଧି କରିବାରେ ସହାୟକ ହୋଇଛନ୍ତି । ପ୍ରଧାନଶିକ୍ଷକ ତଥା ବିଇଓ ଇନଚାର୍ଜ ଚିତ୍ତରଂଜନ ମହାନ୍ତି,ବରିଷ୍ଠ ଶିକ୍ଷକ ଅଜିତ ରାଉଳ, ଭୀମସେନ ପାଳ, କୈଳାସ ପଣ୍ଡା, ପ୍ରମୋଦିନୀ ସାହୁ, ସାଗରିକା ମହାନ୍ତି, ରଂଜିତା ଶିଅଳ,ବନଜିନୀ ନାୟକ,ଭାଗ୍ୟଶ୍ରୀ ପଣ୍ଡା, ସୁମିତ୍ରା ନାଇକ,ସାବିତ୍ରୀ ଦାଶ, ବିଦ୍ୟୁତଲତା ଦାସ ପ୍ରମୁଖ କୃତୀ ଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।
