ପୋସ୍କୋ ଜିନ୍ଦଲ ପ୍ରକଳ୍ପକୁ ବିରୋଧ କରିଲା ଯୁବ କଂଗ୍ରେସ l
ପାଟଣା : ପାଟଣା ବ୍ଲକରେ ପ୍ରସ୍ତାବିତ ପୋସ୍କୋ ଜିନ୍ଦଲ କାରଖାନା ପ୍ରକଳ୍ପକୁ ନେଇ ଯୁବ କଂଗ୍ରେସ ବିରୋଧ କରିଛି l ଆଜି ପ୍ରସ୍ତାବିତ ପ୍ରକଳ୍ପରେ ବାସହରା ଲୋକଙ୍କ ପାଇଁ ଜମି, ଜଙ୍ଗଲ ଓ ଜଳକୁ ନେଇ ଆନ୍ଦୋଳନ କରାଯିବ l ଉପଯୁକ୍ତ ବାସଚ୍ୟୁତ ଜମିହରାଙ୍କୁ ଉପଯୁକ୍ତ ଭରଣା ଓ ଥଇଥାନ କରାନଗଲେ ଲଢେଇ ହେବ ବୋଲି ଚେମଣା ଗ୍ରାମ ପଂଚାୟତ ଠାରେ ଏକ ବୈଠକରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି l ପିସିସି ସାଧାରଣ ସମ୍ପାଦକ ୟାଶୀର ନୱାଜ କହିଥିଲେ ଆଗାମୀ ଦିନରେ ଲୋକଙ୍କ ପାଇଁ ପଦଯାତ୍ରା କରାଯିବ ଏବଂ ଏ ଲଢେଇ ପଲ୍ଲୀରୁ ଦିଲ୍ଲୀ ଯାଏ ଲଢେଇ କରାଯିବ l ଏଥିରେ ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଯୁବ କଂଗ୍ରେସ ନେତା ସୁଦୀପ୍ ସାମଲ, କଂଗ୍ରେସ ନେତା ବଟକୃଷ୍ଣ ରାଉତରାୟ,ପାଟଣା ବିଧାନସଭା ଯୁବ କଂଗ୍ରେସ ସଭାପତି ପରମେଶ୍ୱର ନାଏକ, ପାଟଣା ବ୍ଲକ କଂଗ୍ରେସ ସଭାପତି ଗୋବିନ୍ଦ ମହାନ୍ତ, ଜ଼ିଲ୍ଲା ଆଦିବାସୀ କଂଗ୍ରେସ ସଭାପତି ଅନିରୁଦ୍ଧ ନାଏକ, ଯୁବ କଂଗ୍ରେସ ନେତା ଏତିହଦିବ୍ୟ ସିଂ, ଅମିତ କୁମାର ରାଉତ, ଗୌରାଙ୍ଗ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l
