*ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ମହିଳା ସୁରକ୍ଷା ସଚେତନତା ବିଭାଗ “ଶକ୍ତିଶ୍ରୀ ” କାର୍ଯ୍ୟକ୍ରମ*
ନୂଆପଡା(ମିଖାଏଲ ନନ୍ଦ) ତା:୧୮.୦୮.
ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ପରିଷଦ ତଥା ସରକାରଙ୍କ ମହିଳା ସୁରକ୍ଷା ସଚେତନତା ବିଭାଗ “ଶକ୍ତିଶ୍ରୀ” ଆନୁକୂଲ୍ୟରେ ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ । କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା କରିଥିଲେ। ଛାତ୍ରୀ ଦୀପାଞ୍ଜଳି ଦାଶ ଏବଂ ସାଥି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।ସ୍ଥାନୀୟ ଖଡ଼ିଆଳ ଥାନାରୁ ଅଧିକାରୀ ଶ୍ରୀମତୀ ପ୍ରତିମା ଡୁଙ୍ଗ ଡୁଙ୍ଗ ଯୋଗଦେଇ ଛାତ୍ରୀଙ୍କୁ ସଚେତନ ପୂର୍ବକ ନିଭିକ ହୋଇ ସୁରକ୍ଷିତ ରହିବାର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।ଥାନା ଇନ୍ସପେକ୍ଟର ଜୋସେଫ ସୁନା ମଧ୍ୟ ସାଇବର କ୍ରାଇମ ସମ୍ପର୍କିତ ଅନେକ ଜରୁରୀ ତଥ୍ୟ ପ୍ରଦାନ କରିଥିଲେ ।ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, ସହ-ସଂଯୋଜିକା ଅଧ୍ୟାପିକା ବିୟୁଟି ଅଗ୍ରୱାଲ, ଛାତ୍ରୀ ପ୍ରତିନିଧି ଯଥା ଚିନ୍ମୟୀ ବାରିକ (ଶକ୍ତିଶ୍ରୀ ସାଥି),ଦୀପାଞ୍ଜଳି ଦାଶ, ଚାନ୍ଦିନୀ ବେହେରା, ହରିସ୍ମିତା ଚାଲାନ, ରିପା ଭୋଇ, ମାନିଶ୍ରୀ ବାଗ, ଆଇ.ସି.ସି(ଆଭ୍ୟନ୍ତରୀଣ ଅଭିଯୋଗ କମିଟି)ଅଧିକାରୀ ରାଜଳଷ୍ମୀ ରଥ , ନିବେଦିତା ଆଚାରି, ରାଜେଶ୍ୱରୀ କରୁଁଆ , ଶତରୂପା ପଟ୍ଟନାୟକ
,ଯୋଗ ଦେଇଥିଲେ।
