Spirit of independence– 2026
ଓଡ଼ିଶା ବ୍ରିଗେଡ୍ ସ୍କୁଲ୍, ଝାରପୋଖରିଆ
୧୪ ଓ ୧୫ ଅଗଷ୍ଟ ୨୦୨୬
___________________
ସାରସକଣା,(୧୭/୮/୨୬):(ନି.ପ୍ର):
ଓଡ଼ିଶା ବ୍ରିଗେଡ୍ ସ୍କୁଲ୍, ଝାରପୋଖରିଆଠାରେ “ Spirit of Independence – 2026 ” ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ୧୪ ଓ ୧୫ ଅଗଷ୍ଟ ଦୁଇଦିନ ବ୍ୟାପୀ ବିଭିନ୍ନ ଦେଶଭକ୍ତିମୂଳକ, ଶିକ୍ଷାମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦର ସହିତ ଆୟୋଜିତ ହୋଇଥିଲା।
ପ୍ରଥମ ଦିନ – ୧୪ ଅଗଷ୍ଟ ୨୦୨୬
ପ୍ରଥମ ଦିନର କାର୍ଯ୍ୟକ୍ରମ “Celebrating the Spirit of Freedom” ବିଷୟବସ୍ତୁକୁ ନେଇ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମର ଉଦ୍ଘାଟନ ପରେ ବିଶେଷ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।
ଏହାପରେ ଶ୍ରୀମତୀ ନିର୍ମଳା ସାହୁ ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ।
ପରେ ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀଯୁକ୍ତ ହୃଷୀକେଶ ଜେନାଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହାପରେ ଶ୍ରୀ ହୃଷୀକେଶ ଜେନା ଛାତ୍ରଛାତ୍ରୀମାନଙ୍କୁ ଦେଶପ୍ରେମ, ଶୃଙ୍ଖଳା ଓ ଦାୟିତ୍ୱବୋଧ ସମ୍ପର୍କରେ ପ୍ରେରଣାଦାୟକ ଅଭିଭାଷଣ ଦେଇଥିଲେ।
ପ୍ରଥମ ଦିନର ଅନ୍ୟତମ ଆକର୍ଷଣ ଥିଲା ସ୍ୱାଧୀନତା ଦିବସ ପ୍ରଦର୍ଶନୀ। ଏହାସହିତ std 1 ଏବଂ 2 ପାଇଁ ସ୍ୱାଧୀନତା ସଂଗ୍ରାମୀ ବିଷୟ ରେ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ଶ୍ରେଣୀ III ଓ IV ଛାତ୍ରଛାତ୍ରୀଙ୍କ ପାଇଁ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ଶ୍ରେଣୀ IIIର ବିଷୟ ଥିଲା “Freedom Comes with Small Duties” ଏବଂ ଶ୍ରେଣୀ IVର ବିଷୟ ଥିଲା “We Cannot Be Free If We Destroy Our Planet”।
ଶ୍ରେଣୀ V, VI ଓ VII ପାଇଁ ପୋଷ୍ଟର ମେକିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୋଷ୍ଟର ପ୍ରତିଯୋଗିତାର ବିଷୟ ଥିଲା “Drug Free India Campaign”। ପ୍ରତିଯୋଗିତା ଗୁଡିକରେ
ନିମ୍ନଲିଖିତ ଛାତ୍ର ଛାତ୍ରୀ ମାନେ କୃତକାର୍ଯ୍ୟ ହୋଇ ଥିଲେ ।
*Fancy dress competition*
1st: Ishika Sarangi 2A
2nd: Srishti Bala 2A
3rd: Aaradhya Giri
3rd: Ritesh Mohanta
*Speech Competition (Std 3)*
1st : Sae Srilaxmi Sahu
2nd: Sai Sraddha Pratihari
3rd: Aradhya Ghosh
3rd: Ruhi Patra
*Speech Competition (Std 4)*
1st: Dibyam Patra
2nd : Geetika Behera
3rd: Mrutunjay Sahu
*Poster Making Competition*
1st: Debina Gantayat
2nd : Anshuman Mandal
3rd: Aisha Sahu
*Dance Competition (Nursery)*
1st: Shreeya Bala
2nd : R.J Sushree Sangita Mohanta
3rd: Debasmita Dehuri
*Dance Competition (LKG)*
1st: Dibyam Mohanta
2nd : Priyanshi Paikira
3rd: Ananya Naik
*Dance Competition (UKG)*
1st: Adya Sidhiksha
2nd : Sriyansh Gantayat
3rd: Anisha Das
ଦ୍ୱିତୀୟ ଦିନ – ୧୫ ଅଗଷ୍ଟ ୨୦୨୬
୧୫ ଅଗଷ୍ଟ ଦିନ ୮୦ତମ ସ୍ୱାଧୀନତା ଦିବସର ମୁଖ୍ୟ ଉତ୍ସବ ପାଳିତ ହୋଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟ ର ସଭାପତି ବସନ୍ତ କୁମାର ସେଠୀ ଙ୍କ ଦ୍ଵାରା ଦୀପ ପ୍ରଜ୍ୱଳନ କରାଯାଇଥିଲା।
ଏହାପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜଗଦୀଶ ପଣ୍ଡା ( Retired Crpf officer) ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇ ଦେଶଭକ୍ତିମୟ ପରିବେଶରେ ପ୍ରଭାତ ଫେରୀ ଅନୁଷ୍ଠିତ ହୋଇଥିଲା।
ତତ୍ ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।
ସଭାକାର୍ଯ୍ୟ ରେ ଶିକ୍ଷକ ଶ୍ରୀଯୁକ୍ତ ରାଜୀବ କୁମାର ମଲ୍ଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ CRPF ଅଧିକାରୀ ଶ୍ରୀ ଜଗଦୀଶ ପଣ୍ଡା ପ୍ରେରଣାଦାୟକ ଅଭିଭାଷଣ ପ୍ରଦାନ କରିଥିଲେ। ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଛାତ୍ରଛାତ୍ରୀମାନଙ୍କୁ ଦେଶ ପ୍ରତି ନିଜ କର୍ତ୍ତବ୍ୟ ପାଳନ କରିବାକୁ ପ୍ରେରଣା ଦେଇଥିଲେ।
ପରେ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସାଇକୃପା ଜେନା spirit of independence ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ସୁନ୍ଦର ଏବଂ ପ୍ରେରଣା ଦାୟକ ଅଭିଭାଷଣ ପ୍ରଦାନ କରିଥିଲେ। ଏହାପରେ ଶିକ୍ଷୟିତ୍ରୀ ସୁଶ୍ରୀ ଇତିଶ୍ରୀ ବାରିକ ଏବଂ ଶ୍ରୀମତୀ ପୁଷ୍ପାଞ୍ଜଳି ମହାନ୍ତ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ।
“ସ୍ପିରିଟ୍ ଅଫ୍ ଇଣ୍ଡିପେଣ୍ଡେନ୍ସ – ୨୦୨୬” କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ସପ୍ତମ ଶ୍ରେଣୀ ର ଛାତ୍ର ଅସିତ ପରିଡ଼ା ଅତ୍ୟନ୍ତ ସୁନ୍ଦର, ସ୍ପଷ୍ଟ ଓ ଶୃଙ୍ଖଳିତ ଭାବରେ କରିଥିଲେ। ତାଙ୍କର ଆତ୍ମବିଶ୍ୱାସ, ସୁନ୍ଦର ଉପସ୍ଥାପନା ଓ ମଞ୍ଚ ପରିଚାଳନା ସମଗ୍ର କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା।
ତତ୍ ପରେ ଛାତ୍ରୀମାନଙ୍କ ଦ୍ୱାରା ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଛାତ୍ରଛାତ୍ରୀମାନଙ୍କ ନୃତ୍ୟ ପରିବେଷଣ ଦ୍ୱାରା ମଞ୍ଚ ଦେଶପ୍ରେମ ଓ ଉତ୍ସାହରେ ଭରିଯାଇଥିଲା।
ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମିତାଞ୍ଜଳି ଶାସମଲ୍ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ମନରେ ଦେଶପ୍ରେମ, ଏକତା, ଶୃଙ୍ଖଳା, କର୍ତ୍ତବ୍ୟବୋଧ ଓ ଦେଶ ପ୍ରତି ଦାୟିତ୍ୱର ଭାବନା ଜାଗ୍ରତ କରିବା ସହିତ ସଫଳତାର ସହିତ ସମାପ୍ତ ହୋଇଥିଲା।
ସର୍ବ ଶେଷରେ ଯୁଗ୍ମ ସମ୍ପାଦିକା ଶ୍ରୀମତୀ ଦୀପିକା ଦାଶ ଙ୍କ ଦ୍ଵାରା ମଙ୍ଗଳ ଆଳତୀ କରାଯାଇ କାର୍ଯ୍ୟକ୍ରମ କୁ ସାଙ୍ଗ କରାଯାଇ ଥିଲା।
ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ସାଇ କୃପା ଜେନା ଙ୍କ ତତ୍ୱାବଧାନ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମିଳିତ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲ । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
