*ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ତରଫରୁ ସର୍ବ କନିଷ୍ଠ ଶହୀଦ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ।* (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା ୧୫.୮.୨୦୨୬
ଦେଶ ମାତୃକାର ସେବା ଦେଇ ଶହୀଦ ହୋଇଥିବା ବୀର ବାଳକ ବାଜି ରାଉତ ଙ୍କୁ ୮୦ ତମ ସ୍ବାଧିନତା ଦିବସ ପାଳନ ଅବସରରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଶ୍ରଦ୍ଧା ସୁମନ ଅର୍ପଣ କରି ଶହୀଦ ସ୍ମୃତି ସ୍ମାରକୀ ରେ ପୁଷ୍ପ ମାଲ୍ୟାର୍ପଣ କରିଛନ୍ତି। ୧୨ ବର୍ଷ ବୟସରେ ବ୍ରିଟିଶ ଫଉଜ ଙ୍କୁ ବ୍ରାହ୍ମଣୀ ନଦୀ ପାର ନ କରି ସେମାନଙ୍କ ଗୁଳିରେ ଶହୀଦ ହୋଇଥିବା ୧୨ ବର୍ଷ ର ବାଳକ ଭାରତ ଇତିହାସରେ ସ୍ବର୍ଣ୍ଣ ଅକ୍ଷର ନିଜ ନାମକୁ ରଖି ନୀଳକଣ୍ଠ ପୁର ଗ୍ରାମ କୁ ତଥା ଢେଙ୍କାନାଳ ଜିଲ୍ଲା କୁ ଟେକ ରଖି ଦେଶ ପ୍ରେମର ର ଜାଗରଣ ସୃଷ୍ଟି କରିପାରିଛନ୍ତି। ଏହି ମହାନ୍ ଦେଶ ପ୍ରେମୀ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ନିଜ କୁ ଭାଗ୍ୟବାନ ମନେ କରିଛନ୍ତି ବୋଲି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।
