କୁଳିଅଣା ବ୍ଲକ୍ ଅନ୍ତର୍ଗତ କେଉଟୁଣି ଗ୍ରାମ ପଞ୍ଚାୟତ ସ୍ଥିତ ସାନ ନୂଆ ଗାଁ ଠାରେ ବୀର ସହିଦ ଗୟା ମୁଣ୍ଡା ରବିବାର ମୁଣ୍ଡାରୀ ବିଦ୍ୟାଳୟ ଓ ଫାଗୁନ ସେନ୍ଦ୍ରା ବଙ୍ଗା କାରାମ ଜାଦୁର ନୃତ୍ୟ ସଙ୍ଗୀତ ଦଳ ଅନୁକୂଳରେ 80 ତମ ସ୍ଵାଧୀନତା ଦିବସ ସାନନୂଆ ଗାଁ ପ୍ରାଥମିକ ବିଦ୍ୟାଳୟର ସମ୍ମୁଖ ପଡିଆରେ ପାଳନ କରାଯାଇଥିଲା। ସାନନୂଆ ଗାଁ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଭାତ ଫେରି ପରେ ରବିବାରିଆ ମୁଣ୍ଡାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଜୟନ୍ତୀ ସିଂଜାତୀୟ ପତାକା ଉତ୍ତୋଳନ କରିଥିଲେ। ଗ୍ରାମର ହାତୁମୁଣ୍ଡା ମନସାରାମ ସିଂହ, ଫାଲଗୁନ ସେନ୍ଦ୍ରା ବଙ୍ଗା କାରାମ ଜାଦୁର ନୃତ୍ୟ ସଙ୍ଗୀତ ଦଳର ସମ୍ପାଦକ ପୋଲିନ ସିଂ, ସଭାପତି ଗୋବିନ୍ଦ ସିଂହ, ମୁଣ୍ଡା ଶାସନ ଗୁଟ ଗାମର ଅବାହକ ମନୋରଞ୍ଜନ ସିଂ, ମୁଣ୍ଡାରୀ ଭାଷା ସମନ୍ଵୟ ସମିତି କୋଳିଆଣା ବ୍ଲକ ଶାଖାର ସମ୍ପାଦକ ବୁଧୁରାମ ସିଂ, ନବୀନ ସିଂହ ଆଦି ଉଦବୋଧନ ଦେଇଥିଲେ। ଗ୍ରାମର ଦେହୁରୀ ଦୁର୍ଗା ସିଂହ ତଥା ନୃତ୍ୟ ସଙ୍ଗୀତର ଦଳର ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ। ସ୍ଵାଧୀନତାର ମହତ୍ଵ ଓ ଗୁରୁତ୍ଵ ତଥା ସ୍ଵାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ଆମର ବୀର ସହିଦ ମାନଙ୍କ ସ୍ମୃତି ଚାରଣ ଏବଂ ଅଲ ଗୁରୁ ରୋହିଦାସ୍ ସିଂ ନାଗଙ୍କ ମୁଣ୍ଡରୀ ବାଣୀ ପ୍ରଚାର ପ୍ରସାର ପାଇଁ ବକ୍ତ୍ୟବ ଦେଇ ଥିଲେ । ଏବଂ ଶେଷରେ ମିସଷ୍ଠାନ ବଣ୍ଟନ କରାଯାଇ ଥିଲା
