ଢେଙ୍କାନାଳ ସହର କୁଟୁଣିଆ ନୂଆସାହି ବସ୍ତିରେ ବୁଲିଲା ବୁଲଡୋଜର,ଶତାଧିକ ପରିବାର ହେଲେ ବେଘର,ଗ୍ରାମବାସୀ ପୋଲିସ ପ୍ରଶାସନ ମୁହାଁମୁହିଁ।
ଢେଙ୍କାନାଳ ସଦର : ଢେଙ୍କାନାଳ ସହରର ୯ ନମ୍ବର ୱାର୍ଡ କୁଟୁଣିଆ ଜବର ଦଖଲ ବସ୍ତି ଉଚ୍ଛେଦ ପାଇଁ ପୋଲିସ ପ୍ରଶାସନ ପହଞ୍ଚିବା ପରେ ଦେଖିବାକୁ ମିଳିଥିଲା ତିବ୍ର ବିରୋଧ,ପୋଲିସ ଓ ବସ୍ତି ବାସିନ୍ଦାଙ୍କ ଭିତରେ ଠେଲାପେଲା ସହ କିଛି ସମୟ ପାଇଁ ଉତ୍ତେଜନା ମୁଳକ ପରିସ୍ଥିତି ବି ସୃଷ୍ଟି ହୋଇଥିଲା। ହେଲେ ଶେଷରେ ବୁଲଡୋଜର ଲଗାଇ ମାଳ ମାଳ ପୋଲିସ ଉପସ୍ଥିତିରେ ଚାଲିଲା ଉଛେଦ ପ୍ରକ୍ରିୟା,ବସ୍ତି ବାସିନ୍ଦାଙ୍କ ତିବ୍ର ବିରୋଧ ସତ୍ବେ ମାଟିରେ ମିଶିଲା ଶହ ଶହ ବେଆଇନ କୋଠାଘର।ଢେଙ୍କାନାଳ ସହରର ୯ ନମ୍ବର ୱାର୍ଡ କୁଟୁଣିଆ ପାହାଡ ତଳେ ଦୀର୍ଘ ଦଶ ବର୍ଷ ଧରି ଏଠାରେ ଗଢ଼ି ଉଠିଥିଲା ଶହଶହ ଜବର ଦଖଲ ବେଆଇନ କୋଠାଘର,କିଛି ବାଙ୍ଗଲାଦେଶୀ ବି ଏଠାରେ ନିଜର ଆଡ୍ଡା ଜମାଇଥିବା ଅଭିଯୋଗ ହୋଇଥିଲା,କୁଟୁଣିଆ ସାହିରେ ୧୯୦ ରୁ ଉର୍ଦ୍ଧ ଘର ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ପାଖାପାଖି ୮୦ ରୁ ଅଧିକ ଲୋକଙ୍କୁ ୨୦୧୬ ମସିହାରେ ଡ୍ରୋନ ସର୍ଭେ କରାଯାଇ ଗୁଣ୍ଠିକିଆ ପଟ୍ଟା ଦିଆ ଯାଇଥିଲା,ପରେ ଅନେକ ଲୋକ ଏଠାରେ ଜବରଦଖଲ ରେ ରହି ଆସୁଥିଲେ,ଯାହାକୁ ଆଜି ପୋଲିସ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସମ୍ପୁର୍ଣ୍ଣ ମାଟିରେ ମିଶାଇ ଦିଆଯାଇଛି,ଏପଟେ ଖବରପାଇ ଘଟଣାସ୍ଥଳରେ ବିଜେଡି ଓ କଂଗ୍ରେସର ଏକ ଟିମ୍ ପହଞ୍ଚି ଏହାକୁ ତିବ୍ର ବିରୋଧ କରିଥିଲେ,ସହରର ନିହାତି ଆବଶ୍ୟକ ସ୍ଥାନ ଗୁଡିକରେ ଉଛେଦ କରାନଯାଇ ଗରିବଙ୍କ ଉପରେ ସରକାର ଦାଉ ସାଧୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି। ସକାଳ ପ୍ରାୟ ୧୧ ସମୟରେ କୁଟୁଣିଆ ନୁଆସାହି ବସ୍ତି ଉଚ୍ଛେଦ ପାଇଁ ଚାରୋଟି ବୁଲଡୋଜର ନେଇ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ସହ ପୌର ନିର୍ବାହୀ ଅଧିକାରୀ ତହସିଲଦାର ପହଞ୍ଚିଥିଲେ।ପରେ ଜବରଦଖଲ ଉଚ୍ଛେଦକୁ ତିବ୍ର ବିରୋଧ କରି ବସ୍ତି ବାସିନ୍ଦା ଓ ପୋଲିସ ମଧ୍ୟରେ ଠେଲାପେଲା ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା,ତିବ୍ର ବିରୋଧ ସତ୍ବେ ଆରମ୍ଭ ହୋଇଥିଲା ଜବରଦଖଲ ଉଛେଦ,ଗତ ଜୁନ୍ ୨୨ ତାରିଖରେ ମଧ୍ୟ ଏହି ବସ୍ତିରୁ ଉଛେଦ ପାଇଁ ପ୍ରଚେଷ୍ଠା କରାଯାଇଥିଲା,କିନ୍ତୁ ଉଚ୍ଚ ନ୍ୟାୟାଳୟଙ୍କ ସ୍ଥଗିତ ନିର୍ଦ୍ଦେଶ ପରେ ଉଛେଦ ହୋଇ ପାରି ନଥିଲା। କୁଟୁଣିଆ ପାହାଡ ତଳେ ସରକାରଙ୍କ ପକ୍ଷରୁ ସୁଲଭ ଆବାସ ପ୍ରକଳ୍ପ ସାଙ୍ଗକୁ ଇକୋ ପାର୍କ ବା ପରିବେଶ ଉଦ୍ୟାନ କରାଯିବାକୁ ସ୍ଥିର ହୋଇଥିବାରୁ ଏହି ଜବରଦଖଲ କୁ ଉଛେଦ କରାଯାଉଛି ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ। ତିବ୍ର ବିରୋଧ,ଅସନ୍ତୋଷ ଓ ଉତ୍ତେଜନା ମୁଳକ ପରିସ୍ଥିତି ସତ୍ବେ ମାଟିରେ ମିଶିଛି ବେଆଇନ ଜବର ଦଖଲକାରୀଙ୍କ ଶହ ଶହ ଘର । ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
