*ଖଡ଼ିଆଳ ମହିଳା କଲେଜରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ: ୨୦୩୦ ସୁଦ୍ଧା ଏଡ଼ସ ମୁକ୍ତ ବିଶ୍ୱ ଗଠନ ପାଇଁ ଆହ୍ୱାନ*।
ନୂଆପଡା(ମିଖାଏଲ ନନ୍ଦ)
ତା:୧୨.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ପରିସର ମଧ୍ୟରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ ହୋଇଯାଇଅଛି। ଏହି ପରିପେକ୍ଷୀରେ ସାଇ ସଂସ୍ଥା ପକ୍ଷ ରୁ ୨୦୩୦ ସୁଦ୍ଧା ବିଶ୍ୱ ରୁ ଏଡ଼ସ ମୁକ୍ତ ରୂପେ ପରିଗଣିତ ହେବା ପାଇଁ ଆହ୍ୱାନ ନେଇ ତୃଣମୂଳ ସ୍ତରରେ ଯୁବବର୍ଗ, ନାଗରିକ ଏବଂ ଜନ୍ ପ୍ରତିନିଧି ସଚେତନ କରିଛନ୍ତି। ଏହି ଉପଲକ୍ଷେ ଏକ ସଚେତନ ରେଲିଙ୍କୁ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ବିନୋଦ ବିହାରୀ ପାଢ଼ୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ସେହିପରି ୨୦୨୬ ସୁଦ୍ଧା ସମଗ୍ର ନୂଆପଡ଼ା ଜିଲ୍ଲାର ଯୁବବର୍ଗ ଙ୍କୁ ଏଡ଼ସ ନିଜସ୍ୱ ସ୍ଥିତି ଜାଣିବା ସହ ସଚେତନ କରିବା ପାଇଁ ଏକ ସ୍ୱତନ୍ତ୍ର କେମ୍ପ ଦୁଇ ମାସ ଧରି ଅଗଷ୍ଟ ୧୨ ଆନ୍ତର୍ଜାତିକ ଯୁବ ଦିବସ ରୁ ଆରମ୍ଭ କରି ଅକ୍ଟୋବର ୧୨ ପର୍ଯ୍ୟନ୍ତ ଦୁଇ ମାସ ୟୁଥ୍ କେମ୍ପେନ୍ କରିବା ଯୋଜନା ରହିଅଛି। ଅନୁଷ୍ଠିତ ସଭାରେ ସମାଜସେବୀ ଜିତେନ୍ଦ୍ର ନାଥ ପଟ୍ଟନାୟକ ଯୋଗ ଦେଇଥିବା ବେଳେ କଲେଜ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ସମସ୍ତ ସ୍କୁଲ କଲେଜ ର ଯୁବ ବର୍ଗଙ୍କୁ ସଚେତନ କରିବା ସହ ଆସନ୍ତା ଦିନରେ ଯୁବ ଏଡ଼ସ ବ୍ୟଧିରୁ ମୁକ୍ତ ରହି ଏକ ସମୃଦ୍ଧ ଭାରତ ଗଠନ କରିବାରେ ସହାୟକ ହେବେ ବୋଲି ଆହ୍ୱାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଡ଼ିଆଳ ଆଇ ସି ଟି ସି ଜିଲ୍ଲା ସ୍ୱେଚ୍ଛାସେବୀ ବରୁଣ ବଘାର,, ସାଇ ସଂସ୍ଥା ପରମେଶ୍ୱର ବିଶି, ଜାତୀୟ ସେବା ଯୋଜନା ଅଧିକାରୀ ପୁଷ୍ପାଞ୍ଜଳୀ ପ୍ରଧାନୀ,ପ୍ରମୁଖ ଯୋଗ ଦେଇଥିଲେ।କଲେଜ ଅଧ୍ୟାପକ ଅଧ୍ୟାପିକା, ଛାତ୍ରୀ ମାନେ ଯୋଗ ଦେଇଥିଲେ।
