ତାରିଖ: ୧୧ /୦୮/ ୨୦୨୬
ନଦୀରେ ଭାସିଗଲେ ଦୁଇ କାଉଡ଼ିଆ ଜଣେ ଉଦ୍ଧାର ଓ ଜଣେ ନିଖୋଜ ।
ଅନୁଗୋଳ: ଶ୍ରାବଣ ମାସ ରେ ଶିବଙ୍କ ନିକଟରେ ଜଳା ଭିଷକ ପାଇଁ ଜଳ ଉଠାଇବାକୁ ଯାଇ ଦୁଇ କାଉଡ଼ିଆ ଅଘଟଣର ଶିକାର ହୋଇଛନ୍ତି । ନଦୀରେ ପ୍ରବଳ ସ୍ରୋତ ଯୋଗୁଁ ଉଭୟେ ଭାସି ଯାଇ ଥିବା ବେଳେ ଜଣକୁ ଉଦ୍ଧାର କରାଯାଇଛି । ଆଉ ଜଣେ କାଉଡ଼ିଆ ନିଖୋଜ ଅଛନ୍ତି । ସୂଚନା ଅନୁସାରେ ଅନୁଗୋଳ ସହର ନିକସ୍ଥ ଏକ ନଦୀରେ ଦୁଇ କାଉଡ଼ିଆ ପାଣି ଉଠାଇବା ପାଇଁ ଯାଇଥିଲେ । ପାଣି ଉଠାଇବା ସମୟରେ ହଠାତ୍ ଜଳ ସ୍ତର ବୃଦ୍ଧି ପାଇବା ସହ ନଦୀରେ ପ୍ରବଳ ସ୍ରୋତ ଆସିଥିଲା । ଫଳରେ ଉଭୟେ ପାଣିରେ ଭାସିଯାଇ ଥିଲେ । ଘଟଣା ସ୍ଥଳରେ ଥିବା ସ୍ଥାନୀୟ ଲୋକେ ଜଣେ କାଉଡ଼ିଆକୁ ଉଦ୍ଧାର କରି ଥିବା ବେଳେ ଅନ୍ୟ ଜଣ ଙ୍କର ଏ ପର୍ଯ୍ୟନ୍ତ ପତ୍ତା ମିଳିନାହିଁ । ଏ ପେଟ ଜଳ ଭଣ୍ଡାର ରୁ ଜଳ ନିଷ୍କାସନ ନେଇ ପୂର୍ବରୁ ଡାକବାଜି ଯନ୍ତ୍ର (ମଇକ) ଯୋଗେ ସତର୍କ ସୂଚନା ଦିଆଯାଇଥିବା ଜଣାପଡିଛି । ଖବର ପାଇ ଉଦ୍ଧାର କାରୀ ଦଳ ଓ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ କାଉଡ଼ିଆଙ୍କ ସନ୍ଧାନ ଜାରୀ
ରଖିଛନ୍ତି । ଘଟଣାକୁ ନେଇ ଅଞ୍ଚଳ ରେ ଶୋକ ଓ ଉଦବେଗ ପ୍ରକାଶ ପାଇଛି
ଅନୁଗୋଳ ଜିଲ୍ଲା ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
