କୋରାପୁଟ /10/08/2026
ହର ଘର ତ୍ରିରଙ୍ଗା କାଯ୍ୟକ୍ରମ ରେ ଉତ୍ସବ ମୁଖର ହେଲା କୋରାପୁଟ ସହର l
ଆଜି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପୂର୍ବ ନିଷ୍ପତି ଅନୁସାରେ ହର ଘର ତ୍ରିରଙ୍ଗା କାଯ୍ୟକ୍ରମ କୋରାପୁଟ ଠାରେ ଜିଲ୍ଲା ପ୍ରଶାସନ ର ଆୟୋଜନ ରେ ଅନୁଷ୍ଠିତ ହୋଇଥିଲା କୋରାପୁଟ ବିଧାୟକ ରଘୁରାମ ମାଛ କାଯ୍ୟକ୍ରମ କୁ ପୋଲିସ ପଡିଆରେ ଉଦଘାଟନ କରିବା ପରେ ତାହା ପୋଲିସ ପଡିଆ ରୁ ଆରମ୍ଭ ହୋଇ ଉପଜିଲ୍ଲାପାଳ ଙ୍କ ଅଫିସ ଛକ ଦେଇ ସହର ପରିକ୍ରମା କରି କୋରାପୁଟ ଷ୍ଟାଡିୟମ ଠାରେ ଶେଷ ହୋଇଥିଲା କୋରାପୁଟ ଜିଲ୍ଲା ପାଳ ମନୋଜ ସତ୍ୟବାନ ମହାଜନ ଅତିରିକ୍ତ ଉପଜିଲ୍ଲାପାଳ ତପନ ନାୟକ କୋରାପୁଟ ସିଡିଓ ବେଣୁଧର ଶବର ଜିଲ୍ଲା ସଂକୃତି ଅଧିକାରୀ ଣି କୋଟପାଡ଼ ବିଧାୟକରୁପୁ ଭତ୍ରା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲକା ସମେତ ସମସ୍ତ ଶିକ୍ଷା ନୁଷ୍ଠାନ ର ଛାତ୍ର ଛାତ୍ରୀ ସହର ର ବୁଦ୍ଧିଜୀବୀ ପୋଲିସ ବିଭାଗ ଠୁ ଧରି ବାଟାଲିୟନ ର ଯବାନ ଯାଏଁ ସମସ୍ତେ ଏହି କାଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବା ସହ ସମସ୍ତେ ନିଜ ହାଥ ରେ ତ୍ରିରଙ୍ଗା ପତାକା ଧରି ଦେଶମାତୃକାର ର ସ୍ଲୋଗାନ ଦେଇ ଏକ ବିରାଟ ଶୋଭାଯାତ୍ରା ରେ ଯିବାର ଦୃଶ୍ୟ ପଥଚାରୀ ଙ୍କୁ ବି କିଛି କ୍ଷଣ ଏହି ଉତ୍ସବ ଦେଖିବାକୁ ପ୍ରେରଣା ଦେଇଥିଲା ହଜାର ହଜାର ଛାତ୍ର ଛାତ୍ରୀ ବୁଦ୍ଧିଜୀବୀ ଓ ଜିଲ୍ଲା ପ୍ରଶାସନ ର ଗହଣ ରେ ଏହି କାଯ୍ୟକ୍ରମ ଶେଷ ହୋଇଥିଲା l
କୋରାପୁଟ ରୁ ଜିଲ୍ଲା ପ୍ରତନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
