*ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଡରାମାଲ ଗ୍ରାମରେ ପାର୍ବତୀ ଗିରି ବୃହତ୍ ଉଠା ଜଜଳ ସେଚନ ପ୍ରକଳ୍ପ ରେ ବ୍ୟାପକ ଅନିୟମିତତା ଚାଷୀଙ୍କ ଅଭିଯୋଗ ,ଚାଷୀଙ୍କ ଜମିରେ ଜଳ ସେଚିତ ଦୂରର କଥା କାମ ୬୦ ପ୍ରତିଶତ ପାଇପ୍ ବାକି*
ନୂଆପଡା(ମିଖାଏଲ ନନ୍ଦ)
ତା-୦୮/୦୮
ସରକାରୀ ଅର୍ଥ ପ୍ରକୃତ ରେ ଦୂର ଉପଯୋଗ ନଗ୍ନ ଉଦାହରଣ। କିପରି ଚାଷୀଙ୍କ ଜମିରେ ଜଳ ସେଚିତ କରିବା ଲକ୍ଷ୍ୟରେ ବହୁ ଦୂରରେ ପାର୍ବତୀ ଗିରି ବୃହତ୍ ଉଠା ଜଜଳ ସେଚନ ପ୍ରକଳ୍ପ ରେ ବ୍ୟାପକ ଅନିୟମିତତା ଚାଷୀଙ୍କ ଅଭିଯୋଗ ,ଚାଷୀଙ୍କ ଜମିରେ ଜଳ ସେଚିତ ଦୂରର କଥା କାମ ୬୦ ପ୍ରତିଶତ ପାଇପ୍ ବିଛାଇବା ବାକି ରହିଅଛି। ଜମି କୁ ଜଳସେଚନ କରିବା ପାଇଁ ୧ ଇଞ୍ଚି ପାଇପ୍ ଏବଂ ତା ଠାରୁ କମ୍ ଇଞ୍ଚି ପାଇପ ର ବ୍ୟବହାର ହୋଇଥିବା ଜଣାପଡିଛି। ଏହି ବିଷୟ ନେଇ ଗ୍ରାମବାସୀ ମାନେ ତାଙ୍କ ମୁହଁରୁ ପ୍ରକଳ୍ପ ବିଷୟରେ ବଖାଣିଛନ୍ତି। ଚାଷୀ ଅଧି ନିଆଲ ନିଜ ଦୁଃଖ ଜଣାଇବା ସହ ଉଦନ୍ତୀ ନଦୀ ଉପରେ ତିନି ଗୋଟି ଉଠା ଜଳ ସେଚନ ପ୍ରକଳ୍ପ ରହିଅଛି। ସେହି ସ୍ଥାନ ଗଡରାମଲା ଠାରେ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରିଛନ୍ତି। ଜମିକୁ ଜଳ ସେଚନ ବୃହତ୍ ଉଠା ପ୍ରକଳ୍ପ ରୁ ଜମି ସେଚିତ ହେଉନାହିଁ। ପୂର୍ବରୁ ବସିଥିବାଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ଏହି ଜମି ଜଳ ସେଚିତ ହେଉଅଛି। ସିନାପାଲି ବ୍ଲକର ତିନି ଗୋଟି ପ୍ରକଳ୍ପ କାର୍ଯ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଅଛି। ଉଦନ୍ତୀ ନଦୀ ରେ ଇନଣ୍ଟେକ ୱାଲ୍ ରେ ଜଳ ରଖି ଜଳ ସେଚନ କରିବା ସ୍ଵପ୍ନ ସହଜରେ ଗ୍ରହଣୀୟ ନୁହେଁ। ସାଧାରଣ ଭାବରେ ଏକ ନଦୀ କୁଆଁ ରୁ ୧୨୫ ଏଚ, ପି, ତିନି ଗୋଟି ମଟର ଖଞ୍ଜି ଜଳ ସେଚନ କରିବା ପ୍ରକଳ୍ପ ନିଶ୍ଚିତ ରୂପେ ଜଳ ବଦଲ ରେ ପାଣି ଟାଣିବ। ଆସନ୍ତୁ ଚାଷୀଙ୍କ ମୁହଁ ରୁ ଶୁଣିବା।
