*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପ୍ରାଣୀ ସମ୍ପଦ ବିଭାଗ ଏବଂ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗୋମାତା ସୁରକ୍ଷା ଯୋଜନା ଅନୁଯାୟୀ ସହରାଞ୍ଚଳର ସଡ଼କ ବୁଲାଳୀ ଗାଈ ପଶି ସୁରକ୍ଷା ରେଡିୟମ ବେଲ୍ଟ ପିନ୍ଧାଇଛନ୍ତି* ନୂଆପଡା(ମିଖାଏଲ ନନ୍ଦ) ତା:୦୮.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପ୍ରାଣୀ ସମ୍ପଦ ବିଭାଗ ଏବଂ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗୋମାତା ସୁରକ୍ଷା ଯୋଜନା ଅନୁଯାୟୀ ସହରାଞ୍ଚଳର ସଡ଼କ ବୁଲାଳୀ ଗାଈ ପଶି ସୁରକ୍ଷା ରେଡିୟମ ବେଲ୍ଟ ପିନ୍ଧାଇଛନ୍ତି। ଯାହାକି ସଡ଼କ ରେ ବୁଲୁଥିବା ଗୃହ ପାଳିତ ପ୍ରାଣୀ ମାନେ ସଡ଼କ,ଜାତୀୟ ରାଜପଥ ଉପରେ ଶୋଇ ଅନେକ ସମୟରେ ଦୁର୍ଘଟଣା ର ଶିକାର ହୋଇଥାନ୍ତି। ତେଣୁ ଏହାର ସୁରକ୍ଷା ନେଇ ସେଫଟୀ ବେଲ୍ଟ ପରିଧାନ ଦ୍ୱାରା ଭାରି ଦ୍ରୁତ ଚଳିତ ଯାନବାହାନ ମାନେ ଦୂର ରୁ ଏହି ଗୋମାତା ଙ୍କୁ ଦେଖି ପାରିବା ସହ ତାଙ୍କ ସୁରକ୍ଷା ପାଇଁ ଯାନବାହାନ କୁ ଧୀରେ ଚଳାଇବା ସହ ଉଭୟଙ୍କ ଜୀବନ ସୁରକ୍ଷିତ ହେବ। ଏହି କାର୍ଯ୍ୟକ୍ରମ ରେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷ ରୁ ଭି ଏ ଏସ ସଂଗ୍ରାମ ବେହେରା ଖଡ଼ିଆଳ ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ସମାଜ ସେବୀ ସଞ୍ଜୟ୍ ତିୱାରୀ, ସାମ୍ବାଦିକ ଅଜିତ୍ ପଣ୍ଡା, ତପନ ଦାସ,ଓମ ଅଗ୍ରୱାଲ, ଯୁବ ସମାଜସେବୀ ସୁରେନ୍ଦ୍ର ଶର୍ମା, ରାଜୁ ନାଇଖୋର୍, ଶାଶ୍ୱତ ତିୱାରୀ, ପ୍ରାଣୀ ସମ୍ପଦ କର୍ମଚାରୀ ଲକ୍ଷ୍ମୀ ଭୋଇ, ତ୍ରିନାଥ ରାଉତ, ଗୋଶାଳା ପରିଚାଳନା ସଦସ୍ୟ, ପ୍ରମୁଖ ଯୋଗ ଦେଇଥିଲେ।
