*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅନୁପ ସିଂହ ଦେଓ ମେମୋରିଆଲ ଟ୍ରଷ୍ଟ ପକ୍ଷ ରୁ ୧୭ ତମ ଅନୁପ ସିଂହ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ , ଉଦ୍ଘାଟନୀ ଖେଳ ଯୁରାବନ୍ଧ ଏବଂ ବୋଡ଼େନ ମଧ୍ୟରେ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ) ତା:୦୮.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅନୁପ ସିଂହ ଦେଓ ମେମୋରିଆଲ ଟ୍ରଷ୍ଟ ପକ୍ଷ ରୁ ୧୭ ତମ ଅନୁପ ସିଂହ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ , ଉଦ୍ଘାଟନୀ ଖେଳ ଯୁରାବନ୍ଧ ଏବଂ ବୋଡ଼େନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ରାଜା ସାହେବ ଦେବ ଦେବ ସିଂ ଦେଓ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ଖଡ଼ିଆଳ ବିଡିଓ ମିଳନ କୁମାର ଝଙ୍କାର, ଖଡ଼ିଆଳ ଏନ ଏ ସି ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା,ପୂର୍ବତନ ନଗର ଅଧ୍ୟକ୍ଷ ନିମାଇ ଚରଣ ତାଣ୍ଡି, ୟାସିନ ମହମ୍ମଦ, ପୂର୍ବତ୍ତନ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମାର୍ଦ୍ଧ ରେ ଯୁରାବନ୍ଧ ୦-୧ ରେ ଆଗୁଆ ରହିଛନ୍ତି। ଆୟୋଜକ ସଭାପତି ଅଙ୍କିତ ସିଂ ଦେଓ, ସମ୍ପାଦକ ଜିତେନ୍ଦ୍ର ନାଏକ, ପ୍ରତ୍ୟୁଷ ମୁଣ୍ଡ, ସହାୟତା କରିଥିଲେ। ରେଫ୍ରୀ ରୂପେ ଅମୂଲ୍ୟ ବାରିକ, ଲାଇନ୍ ମେନ ରୂପେ ସୌରଭ ପଣ୍ଡା, କ୍ଷୀରୋଦ ଭୋଇ ପ୍ରମୁଖ ଖେଳ ଖେଲାଇଥିଲେ।ଉଦ୍ଘାଟନୀ ଖେଳ ବୋଡ଼େନ ଓ ଯୁରାବନ୍ଧ
ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବୋଡ଼େନ ୨-୧ ଗୋଲ ରେ ବିଜୟୀ ହୋଇ ସେମିଫାଇନାଲ କୁ ପ୍ରବେଶ କରିଅଛି*
