କୁଡ଼ିଆ ପୋଲ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର।
ବସ୍ତା:-(ନି.ପ୍ର) ସେଖ ଆଜାରୁଦ୍ଦିନ
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କୁଡ଼ିଆ ପୋଲ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆହତଙ୍କ ମଧ୍ୟରୁ ଜଣେ ବାଲିଆପାଳ ଥାନା ମଝିପଡ଼ା ଅଞ୍ଚଳର ହୋଇଥିବା ବେଳେ, ଅନ୍ୟ ଜଣେ ବସ୍ତା ଥାନା ହଳଦୀପଦା ଖଣ୍ଡାହର ଅଞ୍ଚଳର ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି।
