୨୫ ବର୍ଷ ପରେ ଅବସର ପ୍ରାପ୍ତ ପୌର କର୍ମଚାରୀଙ୍କୁ ମିଳିବ ବାକୋୟା ପାଉଣା ମଞ୍ଜୁର ହେଲା ୪.୫୫ କୋଟି
ତାଳଚେର: ଦୀର୍ଘ ପଚିଶ ବର୍ଷ ଧରି ବକେୟା ଅବସର କାଳୀନ ପାଉଣାକୁ ଅପେକ୍ଷା କରିଥିବା ତାଳଚେର ପୌର ପରିଷଦର ଅବସର ପ୍ରାପ୍ତ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର । ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ବକେୟା ପାଉଣା ପ୍ରଦାନ ନିମନ୍ତେ ୪କୋଟି ୫୫ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏହି ସମସ୍ୟାକୁ ତାଳଚେର ପୌର ପରିଷଦର ନଗର ପାଳ ଶ୍ରୀଯୁକ୍ତ ପବିତ୍ର ଭୁତିଆ ଗୁରୁତ୍ୱର ସହ ନେଇ ପୂର୍ବ ତନ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲ୍ ପୁର ସଂସଦ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରର ଶ୍ରୀଯୁକ୍ତ ପ୍ରଧାନଙ୍କ ହସ୍ତ କ୍ଷେପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅର୍ଥ ମଞ୍ଜୁର ହୋଇ ଥିବା ଜଣା ପଡିଛି । ଅର୍ଥ ମଞ୍ଜୁର ହେବା ପରେ ଅବସର ପ୍ରାପ୍ତ କର୍ମ ଚାରୀ ଓ ସେମାନଙ୍କ ପରିବାରରେ ଖୁସିର ମହୋଲ ସୃଷ୍ଟି ହୋଇଛି । ଏଥି ପାଇଁ ନଗର ପାଳ ଶ୍ରୀଯୁକ୍ତ ପବିତ୍ର ଭୂତୀଆ ଓ ସଂସଦ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୌର କର୍ମଚାରୀ ଓ ତାଳଚେର ବାସୀ କୃତ ଜ୍ଞତା ଜଣାଇଛନ୍ତି ।
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
