
ବ୍ରହ୍ମପୁର(ସୁରଜିତ ରାଉଳ) : ସ୍ଥାନୀୟ ଆସ୍କାରୋଡସ୍ଥିତ ପାଣିଗ୍ରାହୀପେଣ୍ଠ ସିମେଣ୍ଟରୋଡ ଠାରେ ଅବସ୍ଥିତ ମା ଦୁର୍ଗାଶିକ୍ଷାନୁଷ୍ଠାନ ର ଛାତ୍ରୀ ପ୍ରଜ୍ଞାନୀ ସାହୁ ରାଜ୍ୟସ୍ତରୀୟ ବିବେକାନନ୍ଦ ମେଧାବୃତ୍ତି ରେ ଅଭୁତ ସଫଳତା ଲଭ କରିଛନ୍ତି। ଏହି ସଫଳତା ପାଇଁ ସେ ବାପା, ମା, ଭାଇ ଏବଂ ମା ଦୁର୍ଗା ଶିକ୍ଷାନୁଷ୍ଠାନର ନିର୍ଦେଶକ ସୂର୍ଯ୍ୟ କିରଣ ସାହୁ ଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି କୃତିତ୍ୱ ପାଇବାପାଇଁ ସେ ଦୈନିକ ୪ରୁ ୫ଘଣ୍ଟା ପରିଶ୍ରମ କରୁଥିବା ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ଏହି ଅନୁଷ୍ଠାନ ପ୍ରତ୍ୟେକ ବର୍ଷ ଶିକ୍ଷା କ୍ଷେତ୍ରରେ ତାର ଅଭୁତ ସଫଳତା ଆଣିଥାଏ ଏବଂ ଆଗକୁ ଏହି ସଫଳତା ଧାରା ଜାରି ରହିବ ବୋଲି ଅନୁଷ୍ଠାନ ପରିଚାଳକ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।ଏହି ଅନୁଷ୍ଠାନ ରେ ଶିଶୁମାନଙ୍କର କିପରି ବୌଦ୍ଧିକ ଏବଂ ମାନସିକ ସ୍ତରରେ ଗୁଣାତ୍ମକ ଶିକ୍ଷା ର ବିକାଶ ହୋଇପାରିବ ସେଥି ପ୍ରତି ବିଶେଷ ଧ୍ୟାନ ଦିଆଯାଏ।ଏହି ଅନୁଷ୍ଠାନ ର ଅଧୟନ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନେ ଆଗକୁ ପ୍ରତ୍ୟେକ ପ୍ରତିଯୋଗିତାରେ କିପରି ସଫଳ ପାଇପାରିବେ ସେମାନଂକୁ ସ୍ୱତନ୍ତ୍ର ଶିକ୍ଷାଦାନ କରାଯାଉଛି। ଶିକ୍ଷାନୁଷ୍ଠାନର ଏହିଭଳି ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳ ର ଅଭିଭାବକ, ଜ୍ଞାନୀ ଏବଂ ବୁଦ୍ଧିଜୀବୀ ମାନେ ଶୁଭେଚ୍ଛା ଜଣାଇବା ସହ ଅନୁଷ୍ଠାନ ର ଉତ୍ତରତୋର ଉନ୍ନତି କାମନା କରିଛନ୍ତି।