ଗଜପତି ଜିଲ୍ଲା ରେ ୮୦ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ।
ଗଜପତି (ଟିକି ଲିମା)
ଚଳିତ ବର୍ଷର ଜିଲ୍ଲାସ୍ତରୀୟ ୮୦ତମ ସ୍ଵାଧୀନତା ଦିବସ ଗଜପତି ଷ୍ଟାଡିୟମ୍ ଠାରେ ମହା ସମାରୋହରେ ପାଳିତ ହେବ। ଚଳିତ ବର୍ଷର ସ୍ଵାଧୀନତା ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଉତ୍ସବ ପାଳନ ଦିନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ସକାଳ ୪.୩୦ ଘଟିକା ସମୟରେ ପାରଳାଖେମୁଣ୍ଡି ସହରରେ ରାମଧୂନ ପରିବେଷଣ କରାଯିବ ଓ ସକାଳ ୬ ଘଟିକା ସମୟରେ ସହରରେ ଥିବା ସମସ୍ତ ବରପୁତ୍ର ମାନଙ୍କୁ ପୁଷ୍ପ ମାଲ୍ୟାର୍ପଣ କରାଯିବା। ସମସ୍ତ ସରକାରୀ, ବେସରକାରୀ ଓ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଉକ୍ତ ଦିନ ସକାଳ ଘ.୭.୦୦ ଘ.ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସ୍ଵାଧୀନତା ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ସେହିପରି ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିପାରିବେ । ଏଥି ସକାଶେ ଅଗଷ୍ଟ ୧୧,୧୨, ଓ ୧୩ ତାରିଖ ଦିନ ପ୍ୟାରେଡ଼ ଅଭ୍ୟାସ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ। ଉକ୍ତ ଦିନ ସକଳ ୯.୧୫ ମିନଟ ସମୟରେ ଗଜପତି ଷ୍ଟାଡିୟମ୍ ଠାରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରି ସମବେତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବେ ଓ ଅଭିଭାଷଣ ପ୍ରଦାନ କରିବେ। ସେହିପରି ପ୍ୟାରେଡ୍ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ଦଳଙ୍କୁ ସିଲ୍ଡ ଏବଂ ଅନ୍ୟାନ୍ୟ କୃତୀତ୍ବ ହାସଲକାରୀ ଦଳଙ୍କୁ ମେମୋରିଆଲ୍ ସିଲ୍ଡ ପ୍ରଦାନ କରାଯିବ । ଜିଲ୍ଲାର ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ଓ ଚଳିତ ଦଶମ ଶ୍ରେଣୀରେ A1 ରଖିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯିବ । ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଉତ୍ସବରେ ପୁରସ୍କୃତ କରାଯିବ ।
ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବିରଞ୍ଚି ବାଗ,ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ମାଧବାନନ୍ଦ ନାୟକ, ଆର ଆଇ ଅଫ ପୋଲିସ ଶ୍ରୀ ଅଭିରାମ ଖୁଣ୍ଟିଆ,ଏସ.ଆଇ ଶ୍ରୀ ଖୁସିରାମ ଭଇ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ବରିଷ୍ଠ ନାଗରିକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଗୁରୁ ରଘୁନାଥ ପାତ୍ର, ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା, ଶ୍ରୀ ବିନୋଦ ଚନ୍ଦ୍ର ଜେନାଙ୍କ ସମେତ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ,ସମସ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ସମସ୍ତ ଗଣ ମାଧ୍ୟମର ପ୍ରତିନିଧିଗଣ, ବ୍ୟାଙ୍କ ଶାଖା ପରିଚାଳକ,ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଓ ବୁଦ୍ଧିଜୀବି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
