ମୁଖ୍ୟ ସଚେତକ ଙ୍କ ହରଭଙ୍ଗା ପି. ଏମ. ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କୁ ପରିଦର୍ଶନ (କୃଷ୍ଣ ସିଂହ ଙ୍କ ରିପୋର୍ଟ )
ବୌଦ୍ଧ :(ତା 4.8.) ହରଭଙ୍ଗା ସ୍ଥିତ ପି. ଏମ. ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କୁ ବିଧାୟକ ଶ୍ରୀ ସରୋଜ ପ୍ରଧାନ ହଠାତ ପରିଦର୍ଶନ କରିଥଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ପରେ ବିଧାୟକ ସମସ୍ତ ଶ୍ରେଣୀ, ସ୍ମାର୍ଟ କ୍ଲାସ, ପରିଦର୍ଶ କରିଥଲେ।
ଓ ଛାତ୍ର ଛାତ୍ରୀ ଙ୍କ ସହ କିଛି ସମୟ ବିତାଇଥିଲେ ପରେ ପ୍ରଧାନ ଶିକ୍ଷକ ଙ୍କ ପ୍ରକୋଷ୍ଠ ରେ ବିଦ୍ୟାଳୟ ର ସୁବିଧା ଅସୁବିଧା ପ୍ରଧାନ ଶିକ୍ଷକ ଙ୍କ ଠାରୁ ବୁଝିଥିଲେ। ଗଡଜାତ ଅମଳ ର ଏହି ପୁରାତନ ଶିକ୍ଷାନୁଷ୍ଠାନ 5T ଅଧୀନ ରେ ଅନ୍ତର୍ଭୁକ୍ତ ହୋଇଥଲେ ମଧ୍ୟ ଏହାର ଅବସ୍ଥା ଦେଖି କ୍ଷୋଭ ପ୍ରକାଶ କରିଥିଲେ। ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ଗୃହ, ପାର୍ଥନା ଗୃହ, ସଭା ଗୃହ, ଶ୍ରେଣୀ ଗୃହ, ଖେଳପଡ଼ିଆ ଇତ୍ୟାଦି ଅଭାବ ଥିବା ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଓ ତୁରନ୍ତ ଦର୍ଶଯାଇଥିବା ଅଭାବ ପୂରଣ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେବେ ବୋଲି ପ୍ରତିଶୃତି ଦେଇଥିଲେ
ଏହାପରେ ପ୍ରସ୍ତାବିତ ହରଭଙ୍ଗା ନୂତନ ମେଡିକାଲ ର ସ୍ଥାନ ବୁଲି ଦେଖିଥଲେ। ନିର୍ମାଣଧୀନ ଶିଶୁମନ୍ଦିର ର କାର୍ଯ୍ୟ ମଧ୍ୟ ବୁଲି ଦେଖିଥିଲେ। ବିଧାୟକ ଙ୍କ ହରଭଙ୍ଗା ର ଉନ୍ନତି ମୂଳକ କାର୍ଯ୍ୟ କୁ ଜନସାଧାରଣ ସାଧୁବାଦ ଜଣାଇଛନ୍ତି
