**ନୂଆପଡ଼ା ବନ୍ୟା କ୍ଷୟକ୍ଷତି ଆକଳନ: ଜନପ୍ରତିନିଧି ଓ ପ୍ରଶାସନ ପକ୍ଷରୁ ମିଳିତ ସରଜମିନ ତଦନ୍ତ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୧/୦୭
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ହୋଇଥିବା ବନ୍ୟା ପରିସ୍ଥିତି ର ସର ଜମିନ ତଦନ୍ତ କରିଛନ୍ତି। ଏହି ତଦନ୍ତ ବେଳେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା ଅଧିକାରୀ ଭାବରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଖଡିଆଳ ବିଡିଓ ମିଳନ କୁମାର ଝଙ୍କାର, କୃଷକ ଶକ୍ତି ସଙ୍ଗଠନ ଆବାହକ ସଞ୍ଜୟ୍ ତିୱାରୀ, ସମାଜସେବୀ ଅକ୍ଷୟ ନନ୍ଦ, ପ୍ରମୁଖ ଯୋଗ ଦେଇ ଗ୍ରାମବାସୀ କ୍ଷୟ କ୍ଷତି ଅଞ୍ଚଳ ବୁଲି ଦେଖିଥିଲେ। ଚଳିତ ବର୍ଷ ଲଗାଣ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରି ସୁନ୍ଦର ନଦୀର ଅବବାହିକା ଉଭୟ ପାର୍ଶ୍ୱରେ ବ୍ୟାପକ କ୍ଷତି କରିଥିବା ବେଳେ ବନ୍ୟା ତାଣ୍ଡବ ଲୀଳାରେ ବ୍ରିଜ ଭାଙ୍ଗି ନଷ୍ଟ ହୋଇଅଛି। ସେହିପରି କଂକ୍ରିଟ ସଡ଼କ କୁ ବୁହି ନେଇ ଜମିରେ ଅଜାଡ଼ି ଦେଇଥିବା ବେଳେ ଅନେକ ଜମି ବାଲି ଚର୍ ହୋଇଅଛି। ବର୍ତ୍ତମାନ ନଦୀ ଉପକୂଳ ବର୍ତ୍ତୀ ଜମି ଗୁଡିକ ଚାଷ ଉପଯୋଗୀ ହୋଇପାରିବ ନାହିଁ। ଦୀର୍ଘ ପାଞ୍ଚ ବର୍ଷ ପାଇଁ ଚାଷୀଙ୍କୁ ବାଲିଚର ଜମିକୁ ଉନ୍ନତି କରଣ ପାଇଁ ସ୍ଵତନ୍ତ୍ର ପେକେଜ ଘୋଷଣା କରି କାମ କରିବାକୁ ସୁଯୋଗ ଦେବାକୁ ଖଡ଼ିଆଳ ବିଧାୟକ ସରକାରଙ୍କୁ ଦାବୀ କରିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଞ୍ଚଳର ବନ୍ୟା ସ୍ଥିତି ସମ୍ପର୍କ ରେ ଅବଗତ କରିବାକୁ କରିଥିଲେ। ଖଡ଼ିଆଳ ବ୍ଲକର ଘରଧରା, ବରଗାଁ, ଖୁଦପେଜ, ନେହେନା, ଗୋଡ଼ଧାପଦର୍, ଏବଂ ନଦୀର ଉଭୟ ପାର୍ଶ୍ୱ ବର୍ତ୍ତୀ ଗ୍ରାମରେ ସଡ଼କ ନିର୍ମାଣ, ବ୍ୟାପକ ସଡ଼କ ଧୋଇ ନେଇଥିବା ବେଳେ ନଦୀ ବ୍ରିଜ କୁ ସଂଯୋଗ ସଡ଼କ ମଧ୍ୟ ଧୋଇ ନେଇଅଛି।ଗୋଡ଼ଧାପଦର୍ ଏକ ଏପ୍ରୋଚ ବ୍ରିଜ୍ ଭାଙ୍ଗି ଯାଇ ଫାଟ ସମ୍ପୂର୍ଣ୍ଣ ଦେଖାଯାଉଅଛି। ଏହି ସର ଜମିନ ତଦନ୍ତ ରିପୋର୍ଟ ପ୍ରସ୍ତୁତ ହୋଇ ସରକାରଙ୍କୁ ପ୍ରଦାନ କରାଯିବା ସହ ଆବଶ୍ୟକ ଉନ୍ନୟନ ପାଇଁ ସ୍ଵତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିବାକୁ ଦାବି କରିବେ। ଅନେକ ବିଦ୍ୟୁତ୍ ସେବା କୁ ସ୍ଵାଭାବିକ କରିବା ସହ ଆବଶ୍ୟକ ଟ୍ରାନ୍ସଫର୍ମ ମଧ୍ୟ ମରାମତି ନୂତନ ବ୍ୟବସ୍ଥା ପାଇଁ ଆହ୍ୱାନ।
