ସରପଞ୍ଚ ମିନତୀ ସେଠି ଙ୍କୁ ନ୍ୟାୟ ପ୍ରଦାନ ପାଇଁଗଞ୍ଜାମ ଜିଲ୍ଲାପାଳ ଙ୍କ ନିକଟରେ ଦାବୀ।
ଛତ୍ରପୁର -ସାନ ଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ କଙ୍କୋରଡ଼ା ଗ୍ରାମ ପଞ୍ଚାୟତ ର ସରପଞ୍ଚ ମିନତୀ ସେଠୀ ଙ୍କ ଅନ୍ତୋଦୟ ଗୃହ ଯୋଜନା ରେ ଅନିୟମିତତା ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ ରେ ବିଳମ୍ବ,ବିକାଶ ମୂଳକ କାର୍ଯ୍ୟରେ ଅବହେଳା,ବିଡିଓ ଙ୍କ ଦୁର୍ବ୍ୟବହାର ଅଭିଯୋଗ କୁ କେନ୍ଦ୍ର କରି ଦୀର୍ଘ୫୨ ଦିନ ହେବ ବିଡିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।ଏହି ପରିପ୍ରେକ୍ଷୀରେ ଆମ୍ ଆଦମୀ ପାର୍ଟି ତରଫରୁ କଙ୍କୋରଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ମିଥୁନ ସେଠୀ,ଆମ ଆଦମୀ ପାର୍ଟିର ଆବାହକ ସୁବାସ ରାଉତ,ସମ୍ପାଦକ ଆଦିତ୍ୟ ରଥ,ଶ୍ରୀନିବାସ ରେଡ୍ଡୀ, ଆଇନ ପରାମର୍ଶଦାତା କୈଳାଶ ସେଠି, ରାଜ୍ୟ ସଂଗଠନ ସମ୍ପାଦକ ଜଲ୍ୟାଣ ଆନନ୍ଦ ସମେତ ଦଳର ବହୁ କର୍ମୀ ମାନେ ଛତ୍ରପୁର ଜିଲ୍ଲାପାଳ ଙ୍କୁ ସାନଖେମୂଣ୍ଡି ପଞ୍ଚାୟତ ସମିତି ର ବିଡିଓ ଦୁର୍ନୀତି ଗ୍ରସ୍ତ ଜିତେନ୍ଦ୍ର ମିଶ୍ରଙ୍କୁ ଅନ୍ୟତ୍ର ବଦଳି ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।ଯଦି ୭ଦିନ ମଧ୍ୟରେ ସରକାର ,ଏବଂ ପ୍ରଶାସନ କିଛି ବି ପଦକ୍ଷେପ ଗ୍ରହଣ ନକରନ୍ତି ତାହାହେଲେ ଆମ୍ ଆଦମୀ ପାର୍ଟିସହ ସହ କର୍ମୀ ନେଇ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଗଞ୍ଜାମ ଜିଲ୍ଲା ଆବାହକ ଚେତାବନୀ ଦେଇଛନ୍ତି।
