ଜଳ ନିଷ୍କାସନ ବେଳେ ଜେସିବି ଉପରେ ଚଢିଲେ ମହିଳା: ପୋଲିସ ସହାୟତାରେ ତହସିଲଦାର କଲେ ଉଚ୍ଛେଦ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):: ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସୋରରେ ସ୍ଥିତି ବେହାଲ୍ ଥିବା ବେଳେ ଜେସିବି ରେ ନାଳ ଖୋଲୁଥିବା ବେଳେ ସୋର ଅତିରିକ୍ତ ତହସିଲଦାର ମହିଳାଙ୍କ ବିରୋଧର ଶିକାର ହୋଇଛନ୍ତି। ସୂଚନାଯୋଗ୍ୟ ବନ୍ୟା ଜଳ ନିଷ୍କାସନ ରେ ବାଧା ଉପୁଜିବା ରୁ ସୋର ତହସିଲ ପକ୍ଷରୁ ସୋର କଲେଜ ଛକରେ ବେଆଇନ ଓ ଅବୈଧ ପୋଲ କୁ ଉଚ୍ଛେଦ କରାଯାଇଛି। ଏହି ସମୟରେ କଲେଜ ଛକ ସ୍ଥିତ ଏକ ବହୁତଳ ଅଟ୍ଟାଳିକା ରେ କାର୍ଯ୍ୟରତ କିଛି ମହିଳା ଜେସିବି ଉପରେ ଛିଡା ହୋଇ ଉଚ୍ଛେଦ ପକ୍ରିୟାକୁ ବିରୋଧ କରିଥିଲେ। ଅତିରିକ୍ତ ତହସିଲଦାର ସଞ୍ଜିବ କୁମାର ପାତ୍ର ସୋର ପୋଲିସ ସହାୟତାରେ ସେମାନଙ୍କୁ ହଟାଇବା ପରେ ଜେସିବି ସହାୟତା ରେ ଅବରୋଧ ଉଚ୍ଛେଦ କରାଯାଇ ପାଣି ନିଷ୍କାସନ କରାଯାଇଥିଲା। ସେହିପରି ଶରଶଙ୍ଖ ଠାରେ ସ୍ଥାନୀୟ ଗ୍ରାମବାସୀମାନେ ବିନା ପ୍ରଶାସନିକ ସହାୟତା ରେ ଅବରୋଧ ହଟାଇ ଜଳ ନିଷ୍କାସନ କରିଥିଲେ।
