*ଜିଲ୍ଲାରେ ବନ୍ୟା ପରିସ୍ଥିତି ପର ର ଦୃଶ୍ୟ, ପଲସଦା ନଦୀ ବ୍ରିଜ କୁ ସଂଯୋଗ କରୁଥିବା ସଡ଼କ ଧୋଇ ନେବା ରୁ ଯାତାୟାତ ବାଧାପ୍ରାପ୍ତ, ବୋଡ଼େନ ଖଡ଼ିଆଳ ସଡ଼କ ସମ୍ପୂର୍ଣ୍ଣ ଠପ୍, ୫୦ ଟଙ୍କା ନେଇ ବାଇକ ବୋହୁଛନ୍ତି ଗ୍ରାମବାସୀ*
ନୂଆପଡା(ମିଖାଏଲ ନନ୍ଦ) ତା:୩୦.୦୭.
ଦୁଇ ଦିନ ଧରି ଲଗାତାର ବର୍ଷା ଯୋଗୁଁ ପଳାସଦା ବ୍ରିଜ ଉପରେ ବନ୍ୟା ଜଳ ପ୍ରବାହିତ ହୋଇଥିବା ବେଳେ ଖଡ଼ିଆଳ–ବୋଡ଼େନ ମୁଖ୍ୟ ସଡ଼କ ଧୋଇ ନେଇଅଛି। ଫଳରେ ବୋଡ଼େନ ଖଡ଼ିଆଳ ଯାତାୟାତ ଠପ୍ ହୋଇଅଛି। ପଲସଦା ବ୍ରିଜ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଗତକାଲି ଏହି ରାସ୍ତାରେ ସମ୍ପୂର୍ଣ୍ଣ ଯାତାୟାତ ବନ୍ଦ ହୋଇଯାଇଥିଲା।
ଆଜି ବ୍ରିଜ ଉପରୁ ପାଣି କମିଯାଇଥିଲେ ମଧ୍ୟ ପରିସ୍ଥିତି ସଂଯୋଗ କରୁଥିବା ସଡ଼କ ଧୋଇ ନେଇଅଛି। ବ୍ରିଜ ନିକଟରେ ଏକ ବିରାଟ ଘାଇ ସୃଷ୍ଟି ହୋଇଥିବାରୁ ଚାରି ଚକିଆ ଯାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଗ୍ରାମବାସୀ ମାନେ ୫୦ ଟଙ୍କା ଆର୍ଥିକ ସହ୍ନୋଗ ରେ ବାଇକ୍ କୁ ବୋହି ସଡ଼କ ଉପର କୁ ନେଇ ଦେଉଛନ୍ତି। ଫଳରେ ବାଇକ୍ ଆରୋହୀ ମାନେ ଯାତାୟାତ କରୁଥିବା ଦେଖାଯାଉଅଛି। ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଲୋକ ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ର, କଲେଜ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟ ପାଇଁ ଯାତାୟାତ କରୁଥାନ୍ତି। ସେହିପରି ବୋଡ଼େନ ଅଞ୍ଚଳକୁ ମଧ୍ୟ ଏହି ରାସ୍ତା ହେଉଛି ପ୍ରମୁଖ ସଂଯୋଗ ପଥ। ରାସ୍ତା ନଷ୍ଟ ହୋଇଥିବାରୁ ସାଧାରଣ ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
