*ନୂଆପଡ଼ା ଜିଲ୍ଲା ଖଡିଆଳ ତିଖାଳୀ ଲୋଅର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ରେ ବର୍ଷା ବନ୍ଦ ହୋଇଥିବା କାରଣରୁ ପ୍ରକଳ୍ପ ସମସ୍ତ ଗେଟ ବନ୍ଦ କରିଛନ୍ତି।*
*ବର୍ତ୍ତମାନ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ**
ନୂଆପଡା(ମିଖାଏଲ ନନ୍ଦ) ତା:୩୦.୦୭.
ନୂଆପଡ଼ା ଜିଲ୍ଲା ଖଡିଆଳ ତିଖାଳୀ ଲୋଅର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ରେ ବର୍ଷା ବନ୍ଦ ହୋଇଥିବା କାରଣରୁ ପ୍ରକଳ୍ପ ସମସ୍ତ ଗେଟ ବନ୍ଦ କରିଛନ୍ତି।ବର୍ତ୍ତମାନ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଣାପଡ଼ିଛି।ପ୍ରକଳ୍ପ ଜଳ ରାଶିରେ ମଧ୍ୟ ଜଳ ସ୍ତର ବୃଦ୍ଧି ହେଉଅଛି। ଆଜି ରାତ୍ରରେ ପ୍ରକଳ୍ପ ଜଳ ରାଶିରେ ଜଳସ୍ତର ବୃଦ୍ଧି ହେଲେ ତୁରନ୍ତ ବନ୍ୟା ଜଳ ନିଷ୍କାସିତ ହେବ ବୋଲି ପ୍ରକାଶ କରିଛନ୍ତି। ଜଳ ସ୍ତର ୨୬୩.୭୫ ମିଟର ରହିଥିବା ବେଳେ ଏହି ଜଳ ସ୍ତର ୨୬୪ ମିଟର କୁ ଛୁଇଁବା ପରେ ବନ୍ୟାଜଳ ନିସ୍କାସନ ହେବା ଅନୁମାନ କରାଯାଉଛି।
