ସଦାଶିବ-ତଅପୋଇ ଲେଙ୍କାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭଜନ ଓ ବୃକ୍ଷ ଚାରା ରୋପଣ।
———————–
ଭଞ୍ଜନଗର -୨୯/୦୭ (ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା )ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବଡିଭିଜନ୍ ର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନେଟଙ୍ଗା ଗ୍ରାମର ସ୍ଵର୍ଗତ ସଦାଶିବ ଲେଙ୍କା ଙ୍କ ଧର୍ମପତ୍ନୀ ତଅପୋଇ ଲେଙ୍କା ୨୦୨୬ ମସିହା ଜୁଲାଇ ମାସ ୧୪ ତାରିଖ ମଙ୍ଗଳବାର ଦିନ ଇହଲୀଳା ସମ୍ବରଣ କରିଥିଲେ। ଅମର ଆତ୍ମାର ସଦଗତି ପ୍ରାପ୍ତ ପାଇଁ ମୃତ୍ୟୁର ୧୪ ତମ ଦିବସ ସୋମବାର ଦିନ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ କଣ୍ଠଶିଳ୍ପୀ ନୃସିଂହ ଚରଣ ସାହୁ ଙ୍କ ତତ୍ତ୍ବାବଧାନରେ ଓ ଶିକ୍ଷକ ତଥା କଣ୍ଠଶିଳ୍ପୀ ମୋହନ ସାହୁ, ରୋହିତ କୁମାର ନାୟକ, ନେତାଜୀ ବିଷୋୟୀ ଏବଂ ଅନ୍ୟାନ୍ୟ କଳାକାର ଙ୍କ ସହଯୋଗରେ ସଦାଶିବ-ତଅପୋଇ ଲେଙ୍କା ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭଜନ ସମାରୋହ ଅନୁଷ୍ଠିତ ହେଇଥିଲା। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଓକିଲ ତଥା ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀ ସୋମନାଥ ନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଭଜନ ସମାରୋହରେ ବହୁ ଆଞ୍ଚଳିକ କଣ୍ଠଶିଳ୍ପୀ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସଦାଶିବ-ତଅପୋଇ ଲେଙ୍କା ପରିବାର ପକ୍ଷରୁ କଳାକାର ମାନଙ୍କୁ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା।
ଅମର ଆତ୍ମାର ସଦଗତି ପ୍ରାପ୍ତ ପାଇଁ ପ୍ରସାଦ ସେବନ ଓ ଭଜନ ସମାରୋହ ସହିତ ଦ୍ଵିତୀୟ ପର୍ଯ୍ୟାୟରେ ବନମହୋତ୍ସବ ପାଳନ ସହିତ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୋରଡ଼ା ଜନପ୍ରିୟ ବିଧାୟକ ଶ୍ରୀ ଯୁକ୍ତ ନୀଳମଣି ବିଷୋୟୀ ମହୋଦୟ, ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଶ୍ରୀ ଯୁକ୍ତ ହିମାଂଶୁ ଶେଖର ମହାନ୍ତି ମହୋଦୟ, ଭଞ୍ଜନଗର ଏବଂ ବେଲଗୁଣ୍ଠା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମତି ଲୋପାମୁଦ୍ରା ରଥ ମହୋଦୟା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନେଟଙ୍ଗା ବଡ଼ଦାଣ୍ଡରେ ବୃକ୍ଷ ଚାରା ରୋପଣ କରିଥିଲେ। ସଦାଶିବ-ତଅପୋଇ ଲେଙ୍କା ପରିବାର ସଦସ୍ୟଙ୍କ ପ୍ରୟାସ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନେଟଙ୍ଗା ସବୁଜ ବାହୀନି ର ସଦସ୍ୟ, ଭଞ୍ଜନଗର ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ, ଶିକ୍ଷକ ବନ୍ଧୁ, ଭଞ୍ଜନଗର ସିଆରସିସି ଅବିନାଶ ପଣ୍ଡା, କାଳୀ ଚରଣ ସାହୁ, ମନୋଜ କୁମାର ଗୌଡ଼, ସୁଜିତ କୁମାର ଗୌଡ଼, ଗଣେଶ୍ଵର ବେହେରା, ନେଟଙ୍ଗା ଚକରା ବିଷୋୟୀ କ୍ଳବ୍ ର ସଦସ୍ୟ, ନେଟଙ୍ଗା ଗ୍ରାମବାସୀ, ପରିବାର, ବନ୍ଧୁ ବର୍ଗ, ସାମ୍ବାଦିକ ବନ୍ଧୁ, ପରିବେଶ ପ୍ରେମୀ ଶୂଳ ପାଣି ଶତପଥୀ, ଯୁବ ଉଦ୍ୟୋଗୀ ସୁଶାନ୍ତ କୁମାର ପାତ୍ର, ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ସଂଯୋଜକ ବିଶ୍ବମ୍ବର ଯେନା, ଅଧ୍ୟାପକ ତ୍ରିନାଥ ବେହେରା, ଶିକ୍ଷକ ମୋହନ ସାହୁ, ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ସାହୁ, ଶିକ୍ଷକ କାଳୀ ଚରଣ ପରିଡା, କବି ନେତାଜୀ ବିଷୋୟୀ, କୁନା କର, ସୁଶାନ୍ତ ଲେଙ୍କା, ପ୍ରହଲ୍ଲାଦ ଲେଙ୍କା, ହରିବନ୍ଧୁ ଲେଙ୍କା, ରାଜେନ୍ଦ୍ର ଲେଙ୍କା, ରଞ୍ଜିତ ପାତ୍ର, ମାଧବ ନାୟକ, ଦିବ୍ୟ ଲୋଚନ ବିଶ୍ଵାଳ, ସାନୁଜ ସ୍ଵାଇଁ, ଦୁର୍ଗାମାଧବ ନାୟକ ଏବଂ ଅନ୍ୟାନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିଥିଲେ। ପରିଶେଷରେ ସଦାଶିବ-ତଅପୋଇ ଲେଙ୍କା ପରିବାର ର ସମସ୍ତ ପୁତ୍ର, ପୁତ୍ରବଧୂ, ନାତି ନାତୁଣୀ ଓ ବନ୍ଧୁବାନ୍ଧବ “ଏକ ପେଡ୍ ମା କେ ନାମ” ଏବଂ “ଏକ ପେଡ ବାପ୍ କେ ନାମ” କାର୍ଯ୍ୟକ୍ରମ ଆନୁକୂଲ୍ୟରେ ନେଟଙ୍ଗା ବଡ଼ଦାଣ୍ଡରେ ବୃକ୍ଷ ଚାରା ରୋପଣ କରିଥିଲେ। ସଦାଶିବ -ତଅପୋଇ ଲେଙ୍କାଙ୍କ ଜ୍ୟେଷ୍ଠ ପୁତ୍ର ଗୋବିନ୍ଦ ଚନ୍ଦ୍ର ଲେଙ୍କାଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ସାମାଜିକ ପାରିବାରିକ କାର୍ଯ୍ୟକ୍ରମରେ ସମସ୍ତ ପୁତ୍ର: ଗୋପାଳ ଲେଙ୍କା, ବଂଶୀଧର ଲେଙ୍କା, ଗିରିଧାରୀ ଲେଙ୍କା, ଦ୍ଵିତୀକୃଷ୍ଣ ଲେଙ୍କା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିଲେ। ଏହି ଅବସରରେ ସମସ୍ତ ସାମାଜିକ କାର୍ଯ୍ୟକ୍ରମ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ, ଜାତୀୟ ଉତ୍ସବ, ଜାତୀୟ ଦିବସ, ମାଙ୍ଗଳିକ କାର୍ଯ୍ୟ, ପର୍ବପର୍ବାଣୀ ମାନଙ୍କ ରେ ବୃକ୍ଷ ଚାରା ରୋପଣ ସହିତ ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା ଏବଂ ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସମସ୍ତ ଜନସାଧାରଣଙ୍କୁ ସଚେତନ କରାଇବା ସହ ନିବେଦନ କରାଯାଇଥିଲା।
