ବାହୁଡ଼ା ଯାତ୍ରାରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ବିଧାୟକ
ବନ୍ତ /ଆଗରପଡ଼ା,(ନିପ୍ର) ପବିତ୍ର ବାହୁଡା ଯାତ୍ରା ଅବସରରେ ଆଗରପଡ଼ା ସ୍ଥିତ ଜଗନ୍ନାଥ ମନ୍ଦିରକୁ ଆସି ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ସୁପ୍ରିମକୋର୍ଟ ଆଡ଼ଭୋକେଟ ତଥା ଠାକୁର ରାଜା ଜଗତ ମୋହନ ସିଂହଙ୍କ ସହ ମନ୍ଦିର ସଂପର୍କରେ ଆଲୋଚନା କରିଥିଲେ । ତାଙ୍କ ସହିତ ଉପସ୍ଥିତ ଥିଲେ ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବିଜେଡି ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ପୁରଷଣ୍ଢ ସେବା ସମବାୟ ସଭାପତି ପ୍ରଶାନ୍ତ କୁମାର ଦାସ,ଯୁବ ସଭାପତି ସତ୍ୟ ସାଧନ ବେଜ,ସରପଞ୍ଚ ନିହାର ରଂଜନ ପଣ୍ଡା, ପ୍ରକାଶ ବିଶ୍ଵାଳ , ବାବୁ ରାମମଲ୍କୀକ,
ପ୍ରମୁଖ ।
