*ନୂଆପଡ଼ା ଧରମବନ୍ଧା ଆଶ୍ରମ ସ୍କୁଲରେ ଶିକ୍ଷକଙ୍କ ବର୍ବରତା: ବିଜ୍ଞାନ ଶିକ୍ଷକଙ୍କ ନିସ୍ତୁକ ମାଡ଼ରେ ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୨୪/୦୭
ନୂଆପଡା ଜିଲ୍ଲାର ଧରମ ବନ୍ଧା ଆଶ୍ରମ ସ୍କୁଲରେ ଶିକ୍ଷାଦାନର ପବିତ୍ର ଅନୁଷ୍ଠାନରେ ପୁଣି କଳଙ୍କ। ଛାତ୍ରଙ୍କୁ ସ୍ନେହ ଆଦରରେ ପାଠ ପଢ଼ାଇବା ବଦଳରେ ପଶୁ ଭଳି ନିସ୍ତୁକ ପିଟିଛନ୍ତି ଜଣେ ଶିକ୍ଷକ। ନୂଆପଡ଼ା ଜିଲ୍ଲା ଧରମବନ୍ଧା ସ୍ଥିତ ଆଶ୍ରମ ସ୍କୁଲରୁ ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ବିଜ୍ଞାନ ଶିକ୍ଷକଙ୍କ ନିର୍ଦ୍ଦୟ ମାଡ଼ରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ଗୁରୁତର ହୋଇ ପଡ଼ିଛନ୍ତି।ଶ୍ରେଣୀଗୃହ ଭିତରେ ବର୍ବରତା:ମିଳିଥିବା ସୂଚନା ଅନୁଯାୟୀ, ଶ୍ରେଣୀଗୃହରେ ପାଠ ଚାଲିଥିବା ସମୟରେ ବିଜ୍ଞାନ ଶିକ୍ଷକ ଜଣକ କୌଣସି କାରଣକୁ ନେଇ ହଠାତ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ସେ ନିଜର ସୀମା ପାର କରି ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସେହି ନିରୀହ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିବାକୁ ଲାଗିଥିଲେ।ପୀଡ଼ିତ ଛାତ୍ର ଜଣକ ହେଉଛନ୍ତି ବିଶୋରା (Doto) ଗାଁର ଧନିରାମ ସତନାମୀଙ୍କ ପୁଅ। ଶିକ୍ଷକଙ୍କ ମାଡ଼ ଭୟରେ ଛାତ୍ର ଜଣକ ଲୁଚିକରି ନିଜ ଘରକୁ ପଳାଇଥିଲେ। ଘଟଣାର ଦୁଇ ଦିନ ପରେ ପରିବାର ଲୋକଙ୍କ ସହ ଛାତ୍ର ଜଣକ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସରକାର ଦଣ୍ଟ ମୁକ୍ତ ଗୋଷଣା କରିଥିବା ସରକାର ଙ୍କ ନିୟମ କୁ ଫୁ କରି ଉଡାଇଁ ଦେଇ ଥିବା ଜଣା ପଡିଛି, ଲୋକ କହନ୍ତି ଗୁରୁ ବିଷ୍ଣୁ, ଗୁରୁ ବ୍ରହ୍ମl ବୋଲି ସମ୍ବୋଧିତ କରନ୍ତି ହେଲେ କୌ କାରଣ ବସତହଁ ଷଷ୍ଠ ଶ୍ରେଣୀ ର କୁନି ବାଳକ କୁ ନିର୍ମମ ଭାବରେ ମାଡ଼ ମାରି ଥିବା ଶିକ୍ଷକ ହିତା ହିତ ଜ୍ଞାନ ନ ଥିବା ଜଣା ପଡିଛି,ଶିକ୍ଷାୟ ରେ ଏଭଳି ଦଣ୍ଡ ଗ୍ରହଣୀୟ ନୁହେଁ।ଡାକ୍ତରଖାନାରେ ଭର୍ତ୍ତି ଓ ତୀବ୍ର ଉତ୍ତେଜନା ତୁରନ୍ତ ଚିକିତ୍ସା ଛାତ୍ରଙ୍କ ଅବସ୍ଥା ବିଗିଡ଼ିବା ଦେଖି ତାଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି, ଯେଉଁଠି ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।ଘଟଣା ବିଷୟରେ ଜାଣିବା ପରେ ଛାତ୍ରଙ୍କ ପରିବାର ଲୋକ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜଣେ ଗୁରୁ କିଭଳି ଏତେ ନିଷ୍ଠୁର ହୋଇପାରେ, ସେ ନେଇ ସବୁଠି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏହି ଅମାନୁଷିକ କାଣ୍ଡ ପରେ ଅଭିଭାବକଙ୍କ ପକ୍ଷରୁ ଧରମବନ୍ଧା ଥାନାରେ ଅଭିଯୁକ୍ତ ବିଜ୍ଞାନ ଶିକ୍ଷକଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦାୟର କରାଯାଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଶିକ୍ଷା ବିଭାଗ ମଧ୍ୟ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି। ଛାତ୍ରଙ୍କ ସୁରକ୍ଷାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
