*ଷଷ୍ଠ ଜିଲ୍ଲା ପରିଷଦର ନବମ ବୈଠକ ଅନୁଷ୍ଠିତ*
*ଶିକ୍ଷାନୁଷ୍ଠାନ ପରିସରରେ ଥିବା ମଦ ଦୋକାନ ଯଥାଶୀଘ୍ର ବନ୍ଦ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ*
ବରଗଡ଼:-୨୨.୦୭(ନି ପ୍ର )ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଷଷ୍ଠ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଛି ।ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ମାନିନୀ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ମାନ୍ୟବର ବିଧାୟକ ଅତାବିରା ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ପଦମପୁର ବିଧାୟିକା ଶ୍ରୀମତି ବର୍ଷା ସିଂ ବରିହା, ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ, ସାଂସଦ ପ୍ରତିନିଧି ଶ୍ରୀ ସୁରେଶ୍ୱର ଶତପଥୀ, ବରଗଡ ବିଧାୟକ ପ୍ରତିନିଧି ଶ୍ରୀ ଅବନୀକାନ୍ତ ପଣ୍ଡା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା ଏବଂ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳ ଚେୟାରମେନ/ଅଧ୍ୟକ୍ଷଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲୁହା ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ଭୋଇ ସମାସ୍ତ ଲୋକ ପ୍ରତିନିଧି ଏବଂ ଅଧିକାରୀ ମିଳିତ ଭାବେ ସାମୁହିକ କାର୍ଯ୍ୟକଲେ ବରଗଡ ଜିଲ୍ଲାର ଉନ୍ନତି ହୋଇପାରିବ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ।
ଏହାପରେ ପୁର୍ବ ବୈଠକର ସଭା ବିବରଣୀ ଅନୁଜାୟୀ ଭିଭାଗୱାରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ ଏବଂ ଯୋଜନାର କାର୍ଯ୍ୟକାରିତା ବିଷୟରେ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥାନ କରିଥିଲେ ।
ବୈଠକ ପ୍ରାରମ୍ଭରେ ଜିଲ୍ଲା ମଙ୍ଗଳ ଅଧିକାରୀ ସମସ୍ତ ଆବାସିକ ବିଦ୍ୟାଳୟରେ ଅନ୍ତେବାସୀଙ୍କ ସୁରକ୍ଷା ନିମିତ୍ତ ଅନୁସାଙ୍ଗିକ ବ୍ୟବସ୍ତା ବିଷୟରେ ଉପସ୍ଥାପନା କରିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ସାର କଳାବଜାରୀ ରୋକିବା ସହ ସମସ୍ତ ଚାଷୀଙ୍କୁ ସୁବିଧାରେ ସାର ଯୋଗାଇବା ପାଇଁ ବିଭାଗୀୟ ପ୍ରସ୍ତୁତି ବିଷୟରେ ସମସ୍ତେ ପଚାରି ବୁଝିଥିଲେ। ଏହାପରେ ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷା ବିଭାଗର କାର୍ଯ୍ୟକାରିତା ବିଷୟରେ ସମସ୍ତଙ୍କୁ ଅବଗତ କରିବା ସହ ପିଏମଶ୍ରୀ ବିଦ୍ୟାଳୟ ଏବଂ ଆଦର୍ଶ ବିଦ୍ୟାଳୟରେ ଛାତ୍ରବାସ କାର୍ଯ୍ୟକ୍ଷମ, ପ୍ରସ୍ତୁତି, ମଧ୍ୟାହ୍ନ ଭୋଜନ, ପାଠ୍ୟ ସାମଗ୍ରୀ, ସ୍କୁଲ ୟୁନିଫର୍ମ, କ୍ରୀଡା ସାମଗ୍ରୀ ଆଦି ବିତରଣ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା ନିମନ୍ତେ ବିଭାଗୀୟ ପ୍ରସ୍ତୁତି, ତ୍ରୁଟିଶୁନ୍ୟ ପାଠ୍ୟ ପୁସ୍ତକ ବଣ୍ଟନ, ଜ୍ଞାନାନ୍ଦ୍ବୟ ଯୋଜନାରେ କେଜି ରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାରେ ପିଲାଙ୍କ ନାମଲେଖା ପ୍ରକ୍ରିୟା ଓ ଶିକ୍ଷକ ଓ ଶିଶୁ ସେବିକା ନିଯୁକ୍ତି ପ୍ରକ୍ରିୟା ଆଦି ବିଷୟରେ ନିଜ ମତ ଉପସ୍ଥାପନ କରିବା ପରେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ପରିସରରେ ଥିବା ମଦ ଦୋକାନ ଯଥାଶୀଘ୍ର ବନ୍ଦ କରିବା ପାଇଁ ଉପସ୍ଥିତ ଲୋକ ପ୍ରତିନିଧି ନିର୍ଦେଶ ଦେଇଥିଲେ।
ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ସମସ୍ତ ଡାକ୍ତରଖାନାରେ ଉପଲବ୍ଧ ସୁବିଧା, ଡାକ୍ତରଙ୍କ ସଂଖ୍ୟା ପଦଵୀ , ପୋଲିଓ ରୋଗର ନିରାକରଣ, ମାତୃ ପ୍ରସୂତି ବ୍ୟବସ୍ତା, ଆରବିଏସକେ ଚିକିତ୍ସା ବ୍ୟବସ୍ତା, ଡାଇଲିସିସ ଏଵଂ ଆଇସିୟୁ ବ୍ୟବସ୍ତା, ନିରାମୟ ଯୋଜନାର ସମସ୍ତ ଔଷଧ ଉପଲବ୍ଧତା ଏବଂ ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ଆଦି ବିଭିନ୍ନ ବିଷୟରେ ଉପସ୍ଥାପନ କରି ଗ୍ରାମାଞ୍ଚରେ ଏମପିଭି ଟୀକାକାରଣ ପାଇଁ ଲୋକଙ୍କ ସଚେତନ କରିବାରେ ସହଯୋଗ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହାପରେ ଟାଟା ପାୱାର ଦ୍ୱାରା ବିଦ୍ୟୁତ ଯୋଗାଣ ପ୍ରସ୍ତୁତି ଉପସ୍ଥାପନା ପରେ ଗ୍ରାମାଞ୍ଚଳରେ ଲୋ-ଭାଲ୍ଟେଜ ଏବଂ ବହୁଦିନ ଧରି ପାୱାର କଟ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବର୍ଷାଋତୁରେ ଜିଲ୍ଲାର ସମସ୍ତ ଗ୍ରାମରେ ସ୍ଵଛ ପାନୀୟ ଜଳ ଯୋଗାଣ ବିଷୟରେ ନିର୍ବାହୀ ଯନ୍ତ୍ରୀ ଶ୍ରୀଧର ବେହେରା ଉପସ୍ଥାପନ କରିଥିଲେ । ବିଦ୍ୟୁତ ଯୋଗାଣ, ପିଏମ ସୂର୍ଯ୍ୟଘର ଯୋଜନାର ଅଗ୍ରଗତି ବିଷୟରେ ଟିପଡବ୍ଲୁଓଡିଏଲ ମୁଖ୍ୟ ଯନ୍ତ୍ରୀ ଉପସ୍ଥାପନ କରିବା ସହ ଉଠା ଜଳସେଚନ ବିଭାଗ ସହ ସମନ୍ୱୟ ରଖି ବୋର ୱେଲ ଜଳ ଯୋଗାଣର ତ୍ୱରାନିତ ପ୍ରକ୍ରିୟା ବିଷୟରେ ଉପସ୍ଥାପନ କରିବା ପରେ ପୁର୍ତ୍ତ ବିଭାଗ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କଲଭର୍ଟ ନିର୍ମାଣ ଆଦି ବିଷୟରେ ଆଲୋଚନା କରିବା ପରେ ଜଙ୍ଗଲ ଜମିରେ ହେବାକୁ ଥବା ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକୁ ଉଭୟ ଜଙ୍ଗଲ ବିଭାଗ ଏବଂ ପୀଡ଼ବ୍ଲଡ଼ି ମିଳିତ ଭାବେ ଯଥାଶୀଘ୍ର ସମାପ୍ତ କରିବା ସହ ଖରାପ ଥିବା ରାସ୍ତା ଗୁଡିକୁ ଯଥାଶୀଘ୍ର ମରାମତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ମୁଖ୍ୟ ମନ୍ତ୍ରୀ ସଡ଼କ ଯୋଜନା ଓ ପିଏମଜୀଏସୱାଇ ରାସ୍ତା ନିର୍ମାଣ, ସେତୁବନ୍ଧ ଯୋଜନାର କାର୍ଯ୍ୟକାରିତା ତଥା ମରାମତି ନିମନ୍ତେ ବିଭାଗରୁ ସ୍ୱୀକୃତି ପାଇଥିବା ପ୍ରକଳ୍ପ ବିଷୟରେ ଉପସ୍ଥାପନ କରିଥିଲେ। ଏହାପରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପୋଖରୀ ଖନନ, ମାଛ ଓ ଚିଙ୍ଗୁଡ଼ି ଚାଷ, ମତ୍ସ୍ୟ ଚାଷୀ ପଞ୍ଜିକରଣ, ୱାଟରସେଡ ବିଭାଗର ପ୍ରଧାନମନ୍ତ୍ରୀ କୃଷି ସିଚାୟୀ ଯୋଜନା, ଜଳଧାରା ଯୋଜନା, ଆଦି ବିଷୟରେ ଆଲୋଚନା କରାଯାଇଥିଲା ।
