ବିନା କର୍ମଚାରୀ ରେ ଚାଲିଛି ଝାରପୋଖରିଆ ଉପ-କୋଷାଗାର
___________________
ସାରସକଣା:(୧୮/୭/୨୬):(ନି.ପ୍ର):ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଝାରପୋଖରିଆ ଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଛି ଝାରପୋଖରିଆ ଉପ-କୋଷାଗାର(ସବ୍ ଟ୍ରେଜେରୀ)। ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟାଳୟରେ କାର୍ଯ୍ୟ ନିମନ୍ତେ ସବ୍ ଟ୍ରେଜେରୀ ଅଫିସର ଜଣେ, ବରିଷ୍ଠ କିରାଣୀ ଜଣେ, କନିଷ୍ଠ କିରାଣୀ ଜଣେ , ଚପରାସୀ ଜଣଙ୍କ ସହିତ ଜଣେ ରାତ୍ର ଜଗୁଆଳିଙ୍କୁ ମିଶାଇ ମୋଟ ପାଞ୍ଚ ଜଣ ରହିବା ପାଇଁ ଅନୁମୋଦନ ରହିଛି। ଉକ୍ତ ଉପ କୋଷାଗାର ମଧ୍ୟରେ ସାରସକଣା ବ୍ଲକ ଓ ବାଙ୍ଗିରିପୋଷି ବ୍ଲକର ୨୧ ଗୋଟି ସରକାରୀ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ସମ୍ପାଦନା ହେଉଥିବା ବେଳେ ଉଭୟ ଦୁଇଗୋଟି ବ୍ଲକ ଅଞ୍ଚଳର ମୋଟ ୭୫୦ ଜଣ ପେନସନ୍ ଧାରୀଙ୍କ କାର୍ଯ୍ୟ ସମ୍ପାଦନା ହେଉଛି | ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟରେ ଡ଼ାକ୍ତରଖାନା, ଥାନା, ସ୍କୁଲ, କଲେଜ, ବ୍ଲକ କାର୍ଯ୍ୟାଳୟ କର୍ମଚାରୀ, ଦୁଇ ବ୍ଲକର ଦୁଇ ତହସିଲ କାର୍ଯ୍ୟାଳୟ, ଅଗ୍ନିଶମ ବିଭାଗ ଏହିପରି ବିଭିନ୍ନ ୨୧ ଗୋଟି କାର୍ଯ୍ୟାଳୟର କାର୍ଯ୍ୟ ସମ୍ପାଦନା କରୁଛି । ମାତ୍ର ପରିତାପର ବିଷୟ ଏପରି ଯେ ଉକ୍ତ ସବ ଟେଜ୍ରେରୀ ମଧ୍ୟରେ ବହୁଦିନ ଧରି ଚପରାସୀ ବ୍ୟକ୍ତି ବିଶେଷ ଅବସର ଗ୍ରହଣ କରିବା ପରେ ଅଦ୍ୟାବଧି ପଦଟି ଫାଙ୍କା ପଡ଼ିଛି। ଏହିପରି ରାତ୍ର ଜଗୁଆଳି ପଦଟି ମଧ୍ୟ ଅନେକ ଦିନରୁ ଫାଙ୍କା ପଡ଼ିଛି। ଏଥି ସହିତ ବରିଷ୍ଠ କିରାଣୀ ପଦଟି ମଧ୍ୟ ଦୀର୍ଘ ଦିନରୁ ଫାଙ୍କା ପଡ଼ିଛି। ଉପ କୋଷାଗାର ପରିସର ମଧ୍ୟରେ ଜଗୁଆଳି ରହଣି ନିମନ୍ତେ ଗୃହ ଥିବା ବେଳେ ତାହା ଫାଙ୍କା ପଡ଼ିଛି। ଏ ପରିପ୍ରେକ୍ଷୀରେ ଝାରପୋଖରିଆ କୋଷାଗାର ଅଧିକାରୀ ସରୋଜ କୁମାର ବେହେରାଙ୍କ ମତାମତ ଦେବାରୁ ସେ କହନ୍ତି କାର୍ଯ୍ୟାଳୟରେ ସରକାରଙ୍କ ପକ୍ଷରୁ ପାଞ୍ଚ ଜଣ କର୍ମଚ଼ାରୀ ରହିବା କଥା ଥିବା ବେଳେ ଏ ସମସ୍ତ ଦାୟିତ୍ୱ କର୍ମ କେବଳ ମୁଁ ଓ ଜଣେ କନିଷ୍ଠ କିରାଣୀ କରିବାକୁ ପଡୁଛି । କର୍ମଚ଼ାରୀ ଅଭାବରୁ ଆମ୍ଭେ ଦୁଇ ଜଣ ବାଧ୍ୟ ହୋଇ ବହୁ କଷ୍ଟର ସହିତ କାର୍ଯ୍ୟ ସମ୍ପାଦନା କରୁଛୁ । ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ନିମନ୍ତେ ଉପରିସ୍ଥ ଅଧିକାରୀ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ଉଚ଼ିତ । ଉପ କୋଷାଗାରର ଜଗୁଆଳ ନ ଥାଇ ସରକାରୀ ତହବିଲର ସୁରକ୍ଷାକୁ ନେଇ ଜନ ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଶୂନ୍ୟ ପଡ଼ିଥିବା ପଦପଦବୀ ପୂରଣକୁ ଜିଲ୍ଲା କୋଷାଗାର ଅଧିକାରୀ ଭୂବନ ମୋହନ ନାଏକଙ୍କୁ ଯୋଗାଯୋଗ କରିବାରୁ ସେ କହନ୍ତି ଆମ ମାନଙ୍କ କ୍ଷମତା ନାହିଁ ଆମେ ସରକାରଙ୍କୁ ଅବଗତ କରିଛୁ, ସରକାର ଯାହା ପଦକ୍ଷେପ ନେବେ । ସାରସକଣା ବ୍ଲକରୁ ଅନିଲ କୁମାରଙ୍କ ରିପୋର୍ଟ ଭଞ୍ଜଦୁତ ଖବର।
