ଭବାନୀପାଟଣା (କିଶନ ଶର୍ମା) : ଆଜି ବିଶ୍ଵ ଯୋଗ ଦିବସ। ସ୍ଥାନୀୟ ଏକଲା ଅଭିଯାନ ପକ୍ଷରୁ ଆଜି ଶଗଡା ଅଞ୍ଚଳ ଚଲବେଲ ଗାଁ ଠାରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ସ୍କୁଲ ଅଧ୍ୟାପକ ପ୍ରମୁଖଙ୍କୁ ଯୋଗର ବିଭିନ୍ନ ଆସନମାନ କରାଇବା ସହ କହିଥିଲେ ଯେ ସାମ୍ପ୍ରତିକ ପରିସ୍ଥିତି ରେ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ଯୋଗର ଭୂମିକା ଗୁରୁତ୍ବପୂର୍ଣ୍ଣ ନିୟମିତ ଯୋଗ ସାଧନା ଦ୍ୱାରା ନିଜ ଶରୀରକୁ ନିରୋଗ ରଖିବା ସହିତ ଏକ ସୁସ୍ଥ ପୃଥିବୀ ଗଠନ କରିବା ଦିଗରେ ଏହା ସହାୟକ ହେବ ବୋଲି ଚଳିତ ବର୍ଷ ଯୋଗ ଦିବସ ର ବିଷୟ ବସ୍ତୁ “ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ ” ମାଧ୍ୟମ ରେ ମତପୋଷଣ କରିଥିଲେ.ବିଶେଷ କରି ଆଜିକାଲି ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ସାଙ୍ଗକୁ ଲୋକମାନଙ୍କ ବ୍ୟସ୍ତବହୁଳ ଜୀବନ ଶୈଳୀ ହେତୁ ନିଜ ଶରୀର ପ୍ରତି ଉପଯୁକ୍ତ ଧ୍ୟାନ ନଦେବା ତଥା ଶରୀର କୁ କ୍ଷତି ପହଞ୍ଚାଉଥିବା ବିଭିନ୍ନ ପ୍ରକାର ଖାଦ୍ୟ ଗ୍ରହଣ ଯୋଗୁଁ ଅଧିକାଂଶ ଲୋକ ରକ୍ତଚାପ, ମଧୁମେହ, ହୃଦଘାତ, ଆଜମା,ବୃକ୍ବକ କାର୍ଯ୍ୟ ନକରିବା,ଆଣ୍ଠୁ ଗଣ୍ଠି ଓ ମେରୁଦଣ୍ଡ ଯନ୍ତ୍ରଣା ତଥା ସ୍ନାୟୁ ଜନିତ ସମସ୍ୟା , ନିଦ୍ରାହୀନତା, ଅର୍ଦ୍ଧକପାଳି ମୁଣ୍ଡ ବ୍ୟଥା ଇତ୍ୟାଦି ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେବାର ଦେଖା ଯାଉଛି ଯାହାକି ନିୟମିତ ଯୋଗ ଭ୍ୟାସ ଦ୍ୱାରା କେତେକାଂଶରେ ଭଲ ହୋଇ ଯିବାର ସମ୍ଭାବନା ରହିଛି.ତେଣୁ ଦୈନନ୍ଦିନ ଜୀବନ ଚର୍ଯ୍ୟା ରେ ସମସ୍ତେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରନ୍ତୁ ଏବଂ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଦିନ କିଛି ସମୟ ଯୋଗଭ୍ୟାସ କରିବା ପାଇଁ ପରାମର୍ଶ ଦେଇଥିଲେ .କାରଣ ନିୟମିତ ଯୋଗ କ୍ରିୟା ଯେ କେବଳ ଶାରୀର କୁ ସୁସ୍ଥ ରଖିଥାଏ ତା ନୁହେଁ ବରଂ ମାନସିକ ଶାନ୍ତି ପ୍ରଦାନ କରିଥାଏ ଓ ବୌଦ୍ଧିକ ଜ୍ଞାନର ବିକାଶ ଘଟାଇ ଥାଏ ବୋଲି ମତବ୍ୟକ୍ତ କରିଥିଲେ ସମ୍ମାନିୟ ଅତିଥି ଭାବେ ଶ୍ରୀମତୀ ଗୀତାଞ୍ଜଳି ବେହେରା ପ୍ରଧାନ ଶିକ୍ଷୟିତ୍ରୀ ତଲବେଲଗାଁ ଉଚ୍ଚ ବିଦ୍ୟାଳୟ ଦୈନିକ ଯୋଗ କରିବା ଦ୍ବାରା କିପରି ନିରୋଗ ରହିପାରିବା ଛାତ୍ର ଛାତ୍ରୀ ମାନକୁ ମାର୍ଗଦର୍ଶନ କରିଥିଲେ | ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀ ଦୂର୍ଗା ପ୍ରସାଦ ବେ x-pricipal ଦୈନିକ ଯୋଗ କରିବା ପାଇଁ ଛାତ୍ର/ଛାତ୍ରୀ ମାନକୁ ଆଗ୍ରହ ପ୍ରକାଶ କରିଥିଲେ | ଏକଳ ଅଭିଯାନ ଅଞ୍ଚଳ ଅଧ୍ଯକ୍ଷା ସୁ ପଟନାଏକ ବ୍ରଜମୋହନ ଉଚ୍ଛ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଏକଳ ଅଭିଯାନ ଦ୍ବାରା ଭାରତ ବର୍ଷ ରେ ଏକଳ ବିଦ୍ୟାନ ଟି ବ୍ଲକ ରୁ 383 ଟି ଏକଳ ବିଦ୍ୟାଳୟ ରେ ଯୋଗ ହେଇଥିବା ର ସୂଚନା ପ୍ରଦାନ କରିବା ସହିତ ପଞ୍ଚମୁଖୀ ଶିକ୍ଷା ମାଧ୍ୟମରେ ଗ୍ରାମ ଭାରତର ସର୍ବାଙ୍ଗୀନ ବିକାଶ ପାଇଁ ଏକଲ ଅଭିଯାନ କିପରି କାର୍ଯ୍ୟ କରିଆସୁଅଛି ସେଦିଗ ରେ ନିଜର ବକ୍ତବ୍ୟ ପ୍ରଦାନ କରିଥ୍ ଉକ୍ତ କାର୍ଯ୍ୟକ୍ରମ ରେ ଅଞ୍ଚଳ ସମ୍ପାଦକ ଶ୍ରୀ ରାଜକୁମାର ଖେତାନ, ଶ୍ରୀ ଭାଗ୍ୟବାନ ମେହେର, ଶ୍ରୀମତୀ ଜ୍ୟୋତି ପ୍ରଧାନ, ଶ୍ରୀମତୀ ଶ୍ରୀମତୀ ଅନିତା ଖେତାନ, ଶ୍ରୀମତୀ ଜ୍ୟୋସ୍ନା ସାହୁ, ଶ୍ରୀମତୀ ବିଂଶୁଶିଲା, କେନ୍ଦ୍ରୀୟ ଗତିବିଧ ବିଭାଗ ପ୍ରମୁଖ ଶ୍ରୀ ପଦୀପ କୁମାର ଭାଗ ପ୍ରାଥମିକ ଶିକ୍ଷା ପ୍ରଶିକ୍ଷକ ଶ୍ରୀ ଇନ୍ଦ୍ରମଣି ବନଛୋର,ଅଞ୍ଚଳ ଅଭିଯାନ ପ୍ରମୁଖ ଶ୍ରୀ ବିଷ୍ଣୁ ଷାଣ୍ଢ,ଅଞ୍ଚଳ ଗତିନିଧ ପ୍ରଶିକ୍ଷକ ଶ୍ରୀ ଭାଟି, ଶ୍ରୀ ଡମ୍ବରୁଧର ମାଝି, ଶ୍ରୀ ଚଉବନ ମାଝି,ସଞ୍ଚ ପ୍ରଶିକ୍ଷକ ଶ୍ରୀ ନିରାକାର ଦୂର୍ଗା ତଥା ବିଦ୍ୟାଳୟ ର ଶିକ୍ଷକ/ଶିକ୍ଷୟିତ୍ରୀ ଶ୍ରୀ ନି ଶ୍ରୀ ରାଜେଶ ପଟନାଏକ, ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ, ଶ୍ରୀ ଶିବ ରାମ ପ୍ରଧାନ, ସୁଶ୍ରୀ ଶ୍ରେୟାରାଣୀ ଶତପଥ୍, ଜାହ୍ନବୀ ନାୟକ, ଶ୍ରୀ ଶ୍ରୀ ନାଗେନ୍ଦ୍ର ଭାଟି, ଶୁଭଶ୍ରୀ ଏସ. ପାଢୀ, ମମତା ରଣା, ତେଜସ୍ପିନୀ ଶବର ହରିଶଚନ୍ଦ୍ର ବେହେରା, ଶ୍ରୀ ଆଦିତ୍ୟ ନାରାୟଣ ପ୍ରଧା ଶ୍ରୀ ରାଜେଶ କୁମାର ପଟନାଏକ ଯୁଗଳ କିଶୋର ପୁଞ୍ଜି ଉପସ୍ଥିତ ରହିଥିଲେ ତଲବେଲଗାଁ ସରପଞ୍ଚ ଶ୍ରୀମତୀ ଅଙ୍କିତା ବେହେରା
ଶ୍ରୀ ଉଦ୍ଧବ ସୁନା ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ
