ତିର୍ତୋଲ (ଗୋପାଳ କୃଷ୍ଣ ଦାସ) ତ୍ରିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଇବ୍ରିସିଂ ପଂଚାୟତ ଗୌଡ଼ସାହି ଗାଁ ରେ ଥିବା ବଡ଼ ପୋଖରୀ ପରିତିକ୍ତ ଅବସ୍ଥାରେ ଦୀର୍ଘଦିନ ଧରି ପଡି ରହିଛି l ପୋଖରୀରେ ଅତ୍ୟଧିକ ଅପରିଷ୍କାର ଦଳ ହେବାରୁ ଗାଁ ରେ ମଶା, ଡାଂହାସ, ପ୍ରଭାରେ ଦେଖିବାକୁ ମିଳିଛି l ଯାହା ଦ୍ୱାରା ଗାଁରେ ଘରେ ଘରେ ମେଲେରିଆ,ଟାଇଫଡ, ଓ ବିଭିନ୍ନ ରୋଗରେ ଗ୍ରାମ ବାସୀମାନେ ଆକ୍ରାନ୍ତ ହେଉଛନ୍ତି ବାରମ୍ବାର ଅଭିଯୋଗ ସତେ ପୋଖରୀ ସଫା ହେଉନାହିଁ l ତେଣୁ ତୁରନ୍ତ ଏହାକୁ ପଂଚାୟତ ସ୍ତରରେ ସଫା କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଦେବନ୍ଦ୍ର କୁମାର ଦାସ, ସୁରେନ୍ଦ୍ର କୁମାର ଦାସ, ନିରଞ୍ଜନ ମିଶ୍ର, ବାବାଜୀ ଚରଣ ଦାସ କୈଳାସ ଚନ୍ଦ୍ର ମହାରଣା, ରବୀନ୍ଦ୍ର କୁମାର ଦାସ ପ୍ରମୁଖ ଦାବି କରିଛନ୍ତି l
