*ନୂଆପଡ଼ା ଜିଲ୍ଲା ବର୍ଷୀୟାନ ଜନନାୟକ ସ୍ୱର୍ଗୀୟ ଘାସିରାମ ମାଝୀଙ୍କ ଜନ୍ମ ଜୟନ୍ତୀ ପାଳିତ* ନୂଆପଡା(ମିଖାଏଲ ନନ୍ଦ) ତା:୧୫.୦୭.
ନୂଆପଡ଼ା ଜିଲ୍ଲା ଘାସିରାମ ମାଝୀ ସ୍ମୃତି ପରିଷଦ ପକ୍ଷ ରୁ ନୂଆପଡ଼ା ଜିଲ୍ଲା ପ୍ରତିଷ୍ଠାତା, ବର୍ଷୀୟାନ ଜନନାୟକ,ସ୍ୱର୍ଗୀୟ ଘାସିରାମ ମାଝୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି। ଏହି ଉତ୍ସବ ରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥୀ ରୂପେ ଯୋଗ ଦେଇ ଥିବା ବେଳେ ସ୍ୱତନ୍ତ୍ର ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ରାଜନୀତି ରେ ବଳିଷ୍ଠ ସେବା, ଆଦିବାସୀଙ୍କୁ ଜୀବନ ସୁରକ୍ଷା, ସମାଜରେ ଅନ୍ତିମ ଧାଡ଼ିରେ ଛିଡ଼ା ହୋଇଥିବା ଵ୍ୟକ୍ତିଙ୍କ ବିକାଶ କରିବା ସ୍ବପ୍ନ ନେଇ ଆଗକୁ ବଢ଼ିଥିଲା। ତାଙ୍କ ରାଜନୀତି ଜୀବନରେ ଅଞ୍ଚଳର ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନା ଗମନ ପାଇଁ ଲଢ଼େଇ କରିଥିଲେ। ଘାସିରାମ ମାଝୀ ଝିଅ ସରୋଜିନୀ ମାଝୀ ଅଧ୍ୟକ୍ଷତା କରିଥିଲେ। ସଭାରେ ସ୍ମୃତି ପରିଷଦ ସଭାପତି ପ୍ରସନ୍ନ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ରୂପେ କେଶ ରଞ୍ଜନ ପ୍ରଧାନ, ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ ସିଂ ମାଝୀ, ନେସନାଲ କଲେଜ ଅଧ୍ୟକ୍ଷ ହିତେଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମାଝୀଙ୍କ ରାଜନୀତି ଜୀବନର ସହାୟକ ଦୁଇ ବନ୍ଧୁ ବରିଷ୍ଠ ନାଗରିକ ବିହାରିଲାଳ ବିଶ୍ୱାଳ ଓ ଅନ୍ୟ ଜଣେ ବନ୍ଧୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଅନ୍ୟମାନଙ୍କ ମଧ୍ୟ ବାଳକୃଷ୍ଣ ଶବର, କାର୍ତ୍ତିକେଶ୍ୱର ମଲ୍ଲିକ, ସୋମନାଥ ଖମାରୀ,
