ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଇନୋଭେସନ୍ ଏବଂ ସାର୍ଟଟପ୍ କାର୍ଯ୍ୟକ୍ରମ
ବେଲଗୁଣ୍ଠା,୧୫/୦୭-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଇନୋଭେସନ୍ ଏବଂ ସାର୍ଟଟପ୍ କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ,ପ୍ରଫୁଲ୍ଲ କୁମାର ଜେନା,ଅଶୋକ କୁମାର ସ୍ବାଇଁ,ଅଜୟ କୁମାର ବିଶ୍ବାଳ,ସପନ କୁମାର ପ୍ରଧାନ,ଅଧ୍ୟାପିକା ପିଙ୍କି ପାତ୍ର ଏବଂ ଲକ୍ଷ୍ମୀ ଗୌଡ଼ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଖାଦ୍ୟ ପ୍ରସ୍ତୁତି,ସିଲେଇ,ମେହେନ୍ଦି ଆଦିରେ ଭାଗ ନେଇ ନିଜର କଳା ପ୍ରଦର୍ଶନ କରିଥିଲେ। ଉପସ୍ଥିତ ଅତିଥି ମାନେ ଛାତ୍ରଛାତ୍ରୀଙ୍କ ଏହି କଳାକୁ ଉଚ୍ଚ ପ୍ରଶଂସା କରିବା ସହିତ ଏହା ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାକୁ ପ୍ରତିପାଦିତ କରୁଛି ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପିତ କରିଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ବେଳେ ଏହାର ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଆଗାମୀ ଦିନରେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ।
ଫଟୋ
