ପର ଲୋକ ରେ ସୁବାଷ
ସ୍ଥାନୀୟ :ପଣ୍ଡା କଲୋନୀ,ବ୍ରହ୍ମପୁର ,
ଅଦ୍ୟ ତା -୧୩/୦୭/୨୦୨୬ ରିଖ, ପୂର୍ବାହ୍ନ ଘ୫: ୪୭ମିନିଟ ସମୟ ରେ, ବିଶିଷ୍ଟ ସମାଜସେବୀ ସୁବାସ ବେହେରାଙ୍କର ୭୧ବର୍ଷ ବୟସ ରେ ମହାପ୍ରୟାଣ ଘଟିଛି ।ସେ ଜଣେ ପରୋପକାରୀ, କର୍ତ୍ତବ୍ୟନିଷ୍ଠ ଏଵଂ ସଚ୍ଚୋଟ ପ୍ରକୃତି ର ବ୍ୟକ୍ତିତ୍ୱ ଭାବେ ଜଣା ଶୁଣା। ୧୯୯୭-୨୦୦୨ ସାତକୁଟୁଣୀ ପଞ୍ଚାୟତ ଭାବିନିପୁର ଗ୍ରାମ ୱାର୍ଡ ନମ୍ବର ୩ ର ୱାର୍ଡ ମେମ୍ବର ଭାବରେ ସଫଳତା ପୂର୍ବକ ତାଙ୍କର କାର୍ଯ୍ୟକାଳ ସମାପନ କରିଥିଲେ ।୨୦୦୪-୦୫ ଓ ୨୦୦୫-୦୬ ଆର୍ଥିକ ବର୍ଷ ରେ ଅତିରିକ୍ତ ଯୁଗ୍ମ ସମ୍ପାଦକ ଭାବେ ଜୟଦୁର୍ଗା ବ୍ୟବସାୟ ସଂଘ , ଇଞ୍ଜିନିୟରିଂ ସ୍କୁଲ ଛକ ,ବ୍ରହ୍ମପୁର ପାଇଁ ତାଙ୍କର ବଳିଷ୍ଠ ଯୋଗଦାନ ରହିଥିଲା।ତାଙ୍କ ବିୟୋଗ ରେ ପଣ୍ଡା କଲୋନୀ ଅଞ୍ଚଳ ର ସମସ୍ତ ବୁଦ୍ଧିଜୀବୀ, ଶିକ୍ଷାବିତ୍,ସାମ୍ବାଦିକ ଅନେକ ଛାମୁଆ ସଂଗଠନ,ଶାସ୍ତ୍ରୀ ପାଠାଗାର ର ସମସ୍ତ ଅନ୍ତେବାସୀ,ଜୟ ଦୁର୍ଗା ବ୍ୟବସାୟ ସଂଘ ର ସମସ୍ତ କର୍ମକର୍ତ୍ତା ସ୍ୱର୍ଗତ ବେହେରାଙ୍କର ବାସଭବନ ରେ ଅନ୍ତିମ ଦର୍ଶନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ତାଙ୍କର କନିଷ୍ଠ ପୁତ୍ର ଶ୍ରୀଯୁକ୍ତ ଦେବେନ୍ଦ୍ର ବେହେରା, ରଙ୍ଗେଇଲୁଣ୍ଡା ବ୍ଲକ୍ ଏବଂ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ର ଗୋଷ୍ଠୀ ଶିକ୍ଷାଧିକାରୀ ରୂପେ କାର୍ଯ୍ୟରତ ହେତୁ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ, ସମସ୍ତ ସିଆରସିସି , ବ୍ରହ୍ମପୁର ମହାନଗର ନିଗମ ଶିକ୍ଷକ ସଂଘ ର ସମସ୍ତ କର୍ମକର୍ତ୍ତା ସ୍ୱର୍ଗତ ବେହେରାଙ୍କର ଶେଷ ଦର୍ଶନ କରିଥିଲେ।
ତାଙ୍କର ପାର୍ଥିବ ଶରୀର କୁ ପଣ୍ଡା କଲୋନୀ ଏବଂ ଇଞ୍ଜିିୟରିଙ୍ଗ୍ ସ୍କୁଲ ଛକ ନିକଟସ୍ଥ ଶ୍ମଶାନ ଘାଟ ରେ ଅନ୍ତିମ ସଂସ୍କାର କରାଯଇଥିଲା। ନଗର ପରିକ୍ରମା ସମୟ ରେ “ରାମ ନାମ ସତ୍ୟ ହେ ! ହରି ରାମ ସତ୍ୟ ହେ!” ଡାକ ରେ ସାରା ଅଞ୍ଚଳ କମ୍ପି ଉଠୁଥିଲା।
