*ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ୧ କ୍ୱିଣ୍ଟାଲ୍ରୁ ଅଧିକ ଗଞ୍ଜେଇ ଜବତ କରାଯିବା ସହ ଏକ ଦାମୀ କାର୍ ଜବତ ହୋଇଛି ଏବଂ ୨ ଜଣଙ୍କୁ ଗିରଫ କରାଯାଇଛି* ।
ନୂଆପଡା(ମିଖାଏଲ ନନ୍ଦ)
ତା-୦୯/୦୭
ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ୧ କ୍ୱିଣ୍ଟାଲ୍ରୁ ଅଧିକ ଗଞ୍ଜେଇ ଜବତ କରାଯିବା ସହ ଏକ ଦାମୀ କାର୍ ଜବତ ହୋଇଛି ଏବଂ ୨ ଜଣଙ୍କୁ ଗିରଫ କରାଯାଇଛି । ଏହି ସଫଳତା ଗରିଆବନ୍ଧ ଜିଲ୍ଲା ମେନପୂର ଥାନା ପୋଲିସକୁ ମିଳିଛି।
ସୂଚନା ଯେ ଚୋରା ଚାଲାଣର ମାର୍ଗ ଓଡ଼ିଶାରୁ ଛତିଶଗଡ଼ ଦେଇ ମଧ୍ୟପ୍ରଦେଶକୁ ଗଞ୍ଜେଇ ନିଆଯାଉଥିଲା।
ପୋଲିସର କାର୍ଯ୍ୟାନୁଷ୍ଠାନ ଗୁପ୍ତ ସୂଚନା ଆଧାରରେ ଛତିଶଗଡ଼ ପୋଲିସର ଏଏସପି କରଣ ୟୁକେଙ୍କ ନିର୍ଦ୍ଦେଶକ୍ରମେ ସୀମାନ୍ତ ଝରିଆବାହାରା ଗ୍ରାମ ନିକଟରେ ନାକାବନ୍ଦୀ କରାଯାଇଥିଲା।
ଗଞ୍ଜେଇ ଜବତ ଯାଞ୍ଚ ସମୟରେ ଏକ ସନ୍ଦେହଜନକ ଧଳା ରଙ୍ଗର ଦାମୀ କାର୍ରୁ ୧ କ୍ୱିଣ୍ଟାଲ୍ ୨ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା।ଅଭିଯୁକ୍ତ ଗିରଫ ହୋଇଥିବା ଆନ୍ତଃରାଜ୍ୟ ଚୋରା ଚାଲାଣକାରୀ ଦ୍ଵୟ ହେଲେ ମଧ୍ୟପ୍ରଦେଶର ଆର୍ୟନ ମାଳବିୟ ଏବଂ ଅଭିଷେକ ମେହେର।ପୋଲିସ ବର୍ତ୍ତମାନ ଏହି ରାକେଟ ପଛରେ ଥିବା ଅନ୍ୟ ମାଫିଆମାନଙ୍କୁ ଧରିବା ପାଇଁ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରୁଛି।
