ଶାଳଗାଁ ଠାରେ ବିପର୍ଯ୍ୟୟ ମୁକାବିଲା ସାମୁହିକ ମୋକଡ୍ରିଲ ଅଭ୍ୟାସ କାର୍ଯ୍ୟକ୍ରମ
ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତୃପକ୍ଷ ତଥା ଜିଲ୍ଲା ଓ ବ୍ଲକ ପ୍ରଶାସନ, ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ କମିଟି ସହ ସଂକଳ୍ପ ର ମିଳିତ ଆନୁକୂଲ୍ୟରେ ବଡ଼ସାହି ବ୍ଲକ ର ଶାଳଗାଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଠାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ସଚେତନତା ଓ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ‘ସଂକଳ୍ପ’ର ସମ୍ପାଦକ ପ୍ରଦୀପ କୁମାର ଦାସମହାପାତ୍ର ସ୍ୱାଗତ ଭାଷଣ ଓ ମଞ୍ଚାସିନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଶାଳଗାଁ ଗ୍ରାମପଞ୍ଚାୟତ ସରପଞ୍ଚ କାର୍ତ୍ତିକେଶ୍ୱର ସିଂ ସଭା ପରିଚାଳନା କରିଥିଲେ l ମୁଖ୍ୟ ଅତିଥି ଭାବେ ବଡ଼ସାହି ତହସିଲଦାର କରୁଣାକର ଧୀନ୍ଦା, ସମ୍ମାନୀୟ ଅତିଥି ସମିତିସଭ୍ୟ ବିଶ୍ୱମ୍ବର ବେହେରା, ବଡ଼ସାହି ଅଗ୍ନିଶମ ବିଭାଗ ର ଏ ଏସ ଓ ନିତ୍ୟାନନ୍ଦ ବେହେରା, ଭି ଏ ଡବ୍ଲୁ ସୁଦର୍ଶନ ଟୁଡୁ, ପି ଇ ଓ ଦୀପକ କୁମାର ମହାକୁଡ଼, ଏ ଡି ଇ ଓ ମାନସ କୁମାର ସାହୁ, ଯୋଗାଣ ସହାୟକ ଶ୍ରୀ ସତ୍ୟରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ବନ୍ୟା,ବାତ୍ୟା,ଅଗ୍ନି, ବଜ୍ରପାତ, ସାପକାମୁଡା, ତୁଷାର ପାତ ଭଳି ବିପର୍ଯ୍ୟୟର ସାମ୍ନା ଓ ପ୍ରଶମନ ନିମନ୍ତେ ମୋକଡ୍ରିଲ ଭଳି ଅଭ୍ୟାସ କାର୍ଯ୍ୟକ୍ରମ ର ଆବଶ୍ୟକତା ର ଗୁରୁତ୍ୱପୂର୍ଣ ଉପରେ ବାର୍ତ୍ତା ଦେଇ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ l ଅଗ୍ନିଶମ ବିଭାଗ ତରଫରୁ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବ ଓ ପରବର୍ତ୍ତୀ ଅବସ୍ଥା କୁ ମୁକାବିଲା କରିବାପାଇଁ କମିଟି ର କର୍ମ କର୍ତ୍ତା ଓ ସ୍ଥାନୀୟ ତାଲିମ ପ୍ରାପ୍ତ ସ୍ବେଛାସେବୀ ଓ ସ୍ଥାନୀୟ ଲୋକ କିଭଳି ପଦକ୍ଷେପ ଅବଲମ୍ବନ, ଉଦ୍ଧାର ଓ ଆଶୁଚିକିତ୍ସା ର ବିଭିନ୍ନ ପ୍ରକାର କୌଶଳ ମାନ ପ୍ରଦର୍ଶନ କରାଇଥିଲେ l ମୁଖ୍ୟ ଅତିଥି ଙ୍କ ସ୍ଵହସ୍ତ ରେ ସ୍ୱର୍ଚ୍ଚ ଏଣ୍ଡ ରେସକ୍ଯୁ ଓ ଫାଷ୍ଟ ଏଡ଼ ପ୍ରଶିକ୍ଷାର୍ଥୀ ଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏ ଏନ ଏମ, ଯୁବଗୋଷ୍ଠୀ, ମହିଳା ଗୋଷ୍ଠୀ ଯୋଗଦେଇଥିଲେ l
ଉପରକ୍ତ କାର୍ଯ୍ୟକ୍ରମ ଟି ବନ୍ୟା ଆଶ୍ରୟସ୍ଥଳୀ ର ସମ୍ପାଦକ କାଳିଚରଣ ସିଂ,ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ଚୈତନ୍ୟ ସିଂ, ଓ କମିଟି ର ସଦସ୍ୟ ଙ୍କ ସହଯୋଗ ରେ ପରିଚାଳିତ ହୋଇଥିଲା l
